ଅୟନାନ୍ତ ଓ ସମ୍ପାତ
ସୂର୍ଯ୍ୟର ଉତ୍ତରାୟଣ ବା ଉତ୍ତର ଆଡକୁ ଢଳିବାର ସୀମାକୁ ଉତ୍ତର
ଅୟନାନ୍ତ(ଚାଲିବାର ଶେଷ)ବା ସମର୍ ସଲସ୍ମିସ୍ କୁହାଯାଏ । ସେତେବେଳେ
ସୂର୍ଯ୍ୟ କର୍କଟ ରାଶିର ତାରାମାନଙ୍କ ସିଧାରେ ରହିଥାଏ । ତେଣୁ ଏହାକୁ
କର୍କଟ ସଂକ୍ରାନ୍ତି କୁହାଯାଏ । ପୃଥିବୀ ଓ ଆକାଶ ଉପରେ ଏହି କାଳ୍ପନିକ
ରେଖାର ନାଁ କର୍କଟ କ୍ରାନ୍ତି ରଖାଯାଇଛି । ସେହିପରି ସୂର୍ଯ୍ୟର ଦକ୍ଷିଣ
ଯାତ୍ରା ବା ଦକ୍ଷିଣାୟନର ସୀମାକୁ ଦକ୍ଷିଣ ଅୟନାନ୍ତ ବା ୱ୍ୱିଣ୍ଟର ସଲ୍ସ୍ୱିସ୍
କୁହାଯାଏ । ସେ ସମୟରେ ସୂର୍ଯ୍ୟ ମକର ରାଶିରେ ରହୁଥିବାରୁ ସେ ଦିନକୁ ମକର ସଂକ୍ରାନ୍ତି କୁହାଯାଏ । ପୃଥିବୀ ଓ ଆକାଶରେ ସେ ସୀମାରେଖାର ନାଁ ରହିଛି ମକର
କ୍ରାନ୍ତି ।
ପୃଥିବୀର ଅକ୍ଷ ୨୩ଂ ୧.୫ ଢଳି କରି ରହିଛି । ତେଣୁ ସୂର୍ଯ୍ୟର ଉତ୍ତର-ଦକ୍ଷିଣ ଦଉଡ ଏହି ସୀମା ଭିତରେ ହୁଏ । ଖରାଦିନେ ସୂର୍ଯ୍ୟ ୨୩ଂ ଉତ୍ତରକୁ ଯାଏ । ଶୀତଦିନେ ତା'ର ଦକ୍ଷିଣକୁ ୨୩ଂ ପର୍ଯ୍ୟନ୍ତ ଯାଏ । ଆମେ ଦେଖିଲେ ଯେ ଉତ୍ତର ଦକ୍ଷିଣ ହେଲା ବେଳେ ସୂର୍ଯ୍ୟ ଦୁଇଥର ବିଷୁବ ରେଖାକୁ ଟପୁଛି । ଏହି ଦୁଇଟି ଦିନକୁ ସମ୍ପାତ ବା କ୍ରାନ୍ତିପାତ କୁହାଯାଏ । ମାର୍ଚ୍ଚ ୨୧କୁ ବସନ୍ତ ସମ୍ପାତ ଓ ସେପ୍ଟେମ୍ବର ୨୩ କୁ ଶରତ ସମ୍ପାତ କୁହାଯାଏ । ସୂର୍ଯ୍ୟ ଯେବେ ଖଗୋଳ ବିଷୁବ ଓ କ୍ରାନ୍ତିପଥର ବସନ୍ତ ଛେଦବିନ୍ଦୁ ବା ବସନ୍ତ ସମ୍ପାତ ଟପି ଉତ୍ତର (କର୍କଟ କ୍ରାନ୍ତି) ଆଡ଼କୁ ମୁହାଁଏ ସେ ଦିନକୁ ସୂର୍ଯ୍ୟର ଗତିର ଆରମ୍ଭ ବୋଲି ଧରାଯାଏ । ଭାରତରେ ଏହା ବର୍ଷର ଆରମ୍ଭ ଦିନ ।
ପ୍ରାୟ ୧୫୦୦ ବର୍ଷ ତଳେ ଭାରତୀୟ ବିଜ୍ଞାନୀମାନେ ଖଗୋଳ ମଣ୍ତଳରେ ଏହି କାଳ୍ପନିକ ବସନ୍ତ ସମ୍ପାତର ସ୍ଥାନ ସ୍ଥିର କରିଥିଲେ । ତାହା ଥିଲା ମେଷ ରାଶିର ଆରମ୍ଭରେ । ଅର୍ଥାତ ବସନ୍ତ ସମ୍ପାତ ଦିନ ସୂର୍ଯ୍ୟ ମେଷ ରାଶିର ସିଧାରେ ରହୁଥିଲା । ସେ ଦିନକୁ ମେଷ ବା ବିଷୁବ ସଂକ୍ରାନ୍ତି କୁହା ଯାଉଥିଲା । ଆମର ସୌର ବର୍ଷର ଆରମ୍ଭ ସେହି ଦିନରୁ ହେଉଥିଲା । ଇଂରାଜୀ କ୍ୟାଲେଣ୍ତରରେ ଏହି ଦିନଟି ମାର୍ଚ୍ଚ ୨୧ରେ ପଡ଼ୁଥିଲା ।
'ଅୟନ ଚଳନ'
ଏବେ କିନ୍ତୁ ବସନ୍ତ ସମ୍ପାତ ଆଉ ମେଷ ରାଶିରେ ପଡ଼ୁନାହିଁ । କାରଣ ଘୂରନ୍ତା ନଟୁର ମୁଣ୍ତିଭଳି ପୃଥିବୀର ଅକ୍ଷ ଧୀରେ ଧୀରେ ଘୂରୁଛି ।