ପୃଷ୍ଠା:Asha Tara Dekhiba.pdf/୧୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତି ୨୬,୦୦୦ ବର୍ଷରେ ଏହା ଖଗୋଳ ମଣ୍ଡଳରେ ଘେରାଏ ବୁଲିଆସେ । ତେଣୁ ଆମର ଧ୍ରୁବ ତାରା ମଧ୍ୟ ବଦଳି ଚାଲେ । ଅକ୍ଷର ଏହି ଗତିକୁ ଅୟନ ଚଳନ ବା ଅକାଳ ଗମନ (ପ୍ରିସିସନ୍) କୁହାଯାଏ । ଅୟନ ଚଳନ ଯୋଗୁଁ ଖଗୋଳ ମଣ୍ଡଳରେ ବିଷୁବ ବା ତାରାଙ୍କର ସ୍ଥାନ ବଦଳେ ନାହିଁ କିନ୍ତୁ ସୂର୍ଯ୍ୟ ଅତି ଧୀରେ ଧୀରେ ତା’ର ବାଟ (କ୍ରାନ୍ତିପଥ) ବଦଳାଇଲା ଭଳି ଜଣାପଡ଼େ ।

ଏହା ଫଳରେ ପ୍ରତିବର୍ଷ ସମ୍ପାତ ବିନ୍ଦୁ ଦୁଇଟି ପ୍ରାୟ ୫୦ ସେକେଣ୍ଡ (ବିକଳା) କୋଣ (୩୬୫/୨୫୮୦୦ ବର୍ଷ) ପଶ୍ଚିମ ଆଡକୁ ଘୁଞ୍ଚି ଯାଉଛନ୍ତି । ୧୫୦୦ ବର୍ଷର ଅୟନ ଚଳନ ଫଳରେ ଏବେ ଆମର ବସନ୍ତ ସମ୍ପାତ ମେଷ ରାଶିରେ ନ ରହି ମୀନ ରାଶିରେ ପହଞ୍ଚିଛି । ଭାରତୀୟ ପାଞ୍ଜି ଅନୁସାରେ ଏଠାରେ ସୂର୍ଯ୍ୟ ପ୍ରାୟ ୨୩ ଦିନ ଆଗୁଆ ପହଞ୍ଚୁଛି । ଏବେ ସେ ଦିନର ତିଥି ହେଉଛି ଚୈତ୍ର ମାସ ଶୁକ୍ଳ ନବମୀ । ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ରହେ ଓ ପୃଥିବୀରେ ଦିନରାତି ସମାନ ହୁଏ ତେଣୁ ଏହି ଦିନଟି ହିଁ ସୌର ବର୍ଷର ଆରମ୍ଭ ଦିନ ।

ପାଞ୍ଜିରେ ବିଷୁବ ସଂକ୍ରାନ୍ତି (ଏପ୍ରିଲ ୧୪) କୁହା ଯାଉଥିବା ଦିନଟି ପ୍ରକୃତରେ କେବଳ ମେଷ ସଂକ୍ରାନ୍ତି । ସୂର୍ଯ୍ୟର ବିଷୁବ ରେଖା ଟପିବା ସାଙ୍ଗରେ ତା’ର ଏବେ କିଛି ସମ୍ପର୍କ ନାହିଁ । କିନ୍ତୁ ପରମ୍ପରା ଦୃଷ୍ଟିରୁ ଏହି ଦିନଟିକୁ ଆମେ ଭାରତୀୟ ମତରେ ନୂଆ ବର୍ଷ ବୋଲି ଧରୁଛୁ । ଇଂରାଜୀ କ୍ୟାଲେଣ୍ଡରର ଆରମ୍ଭ ଦିନ ବା ଜାନୁଆରୀ ପହିଲାର ମଧ୍ୟ ସୂର୍ଯ୍ୟର ଗତି ସହିତ କିଛି ସମ୍ପର୍କ ନାହିଁ । ଆମ ଦେଶର ବିଭିନ୍ନ ଅଞ୍ଚଳରେ ଆହୁରି କେତେ ଦିନକୁ ବର୍ଷର ଆରମ୍ଭ ବୋଲି ଧରାଯାଏ । ଓଡିଶାର ସୁନିଆ, ଆସାମର ବିହୁ, ଆନ୍ଧ୍ରର ପୋଙ୍ଗଲ ବା କେରଳର ଓଣମ୍ ଆଦି ଏଥିରୁ କିଛି ବିଷୁବ ସଂକ୍ରାନ୍ତି ବା ଜାନୁଆରୀ ପହିଲା ଭଳି ଏସବୁ ଦିନର ଗୁରୁତ୍ୱ ସାମାଜିକ ଓ ସାଂକୃତିକ । ଖଗୋଳ ବିଜ୍ଞାନ ଦୃଷ୍ଟିରୁ ଏସବୁର ବିଶେଷତ୍ୱ ନାହିଁ ।

ବର୍ଷ, ମାସ ଓ ଋତୁ

ବସନ୍ତ ସମ୍ପାତ ରୁ ଆରମ୍ଭ କରି ସୂର୍ଯ୍ୟ କ୍ରାନ୍ତିପଥରେ ଘେରାଏ (୩୬୦°) ବୁଲି ଆସିଲେ ଆମର ଗୋଟିଏ ବର୍ଷ ହୁଏ । ସେଥିରେ ଚାରଟି ରାଶିକୁ ନେଇ ୧୨ଟି ମାସ ରହେ । କ୍ରାନ୍ତିପଥ ଉପରେ ବାର ମାସର ସୀମା ମାପିବା ପାଇଁ ସୂର୍ଯ୍ୟକୁ କେନ୍ଦ୍ରବିନ୍ଦୁ ଧରି ୩୦° ହିସାବରେ ୧୨ଟି କୋଣ କଟା ଯାଇ ପାରିବ । କିନ୍ତୁ ଆମେ ଜାଣିଛେ ଯେ ସୂର୍ଯ୍ୟ ପୃଥିବୀର କକ୍ଷପଥର ଠିକ୍ କେନ୍ଦ୍ରରେ ନାହିଁ । ତେଣୁ କକ୍ଷ ପଥର ସବୁ