ଚନ୍ଦ୍ରର ଗତି ଓ ନକ୍ଷତ୍ର
ଆକାଶର ତାରାମାନଙ୍କ ଭିତରେ ଆଉ ଗୋଟିଏ ଜିନିଷ ନିୟମିତ ଭାବରେ ତା'ର ସ୍ଥାନ ବଦଳାଉଥିବା କଥା ସହଜରେ ଜାଣି ହୁଏ । ତାହା ହେଉଛି ଆମ ଉପଗ୍ରହ ଚନ୍ଦ୍ର ବା ଜହ୍ନ । ଆକାଶରେ ଗୋଟିଏ ଘେରା ବୁଲି ଆସିବା ପାଇଁ ଚନ୍ଦ୍ରକୁ ପ୍ରାୟ ୨୭ ଦିନ ଲାଗିଥାଏ। ତେଣୁ ସେ ଆଜି ଯେଉଁ ତାରା ପାଖରେ ଦେଖା ଯାଉଛି ୨୭ ଦିନ ପରେ ପୁଣି ଠିକ୍ ସେଇଠି ଦେଖାଯିବ । ଏହି ସମୟ ଭିତରେ ପୃଥିବୀ ସୂର୍ଯ୍ୟ ଚାରିପଟେ ତା'ର କକ୍ଷ୍ୟ ପଥରେ କିଛି ବାଟ ଆଗେଇ ଯାଇଥାଏ। ତେଣୁ ପ୍ରାୟ ପ୍ରତି ୩୦ ଦିନ ପରେ ଚନ୍ଦ୍ର ତା'ର ଗୋଟିଏ ଘେରା ପୂରା କରେ । ତେଣୁ ପ୍ରାୟ ପ୍ରତି ୩୦ ଦିନ ପରେ ଠିକ୍ ସୂର୍ଯ୍ୟ ଅସ୍ତ ବେଳକୁ ଚନ୍ଦ୍ର ଉଦୟ ହୁଏ । ସେ ଦିନଟିକୁ ପୂର୍ଣ୍ଣମୀ କୁହାଯାଏ । ଦୁଇଟି ପୂର୍ଣ୍ଣମୀର ମଝିରେ ଥିବା ୩୦ ଦିନକୁ ଆମେ ମାସ ନାଁ ଦେଉ । ଏହା ହେଉଛି ଆମର ଚାନ୍ଦ୍ର ମାସ ।
ପୃଥିବୀ ଉପରେ କିଛି ଜିନିଷର ଗତି ମାପିବା କିଛି କଷ୍ଟ କଥା ନୁହେଁ । ପଡିଆରେ ଗାର ଟାଣି ବା ଫିତା ଧରି ଆମେ ଦୌଡାଳୀଙ୍କ ବେଗ ମାପୁ । ରାସ୍ତାର ମାଇଲ୍ ଖୁଣ୍ଟି ଦେଖି ଗାଡି, ଘୋଡାଙ୍କ ବେଗ ବା ସ୍ଥାନ ଜାଣୁ । ଆକାଶରେ କିନ୍ତୁ ସୂର୍ଯ୍ୟ ଚନ୍ଦ୍ରଙ୍କର ଗତି ମାପିବା କିପରି? ଆଗରୁ ଆମେ କହିଛେ ଯେ ଏ କାମ ପାଇଁ ମଣିଷ ଖଗୋଳ ମଣ୍ଡଳର କଳ୍ପନା କରିଛି । ଏହି ଗୋଲକରେ ତାରାମାନଙ୍କର ସ୍ଥାନ ପ୍ରାୟ ସ୍ଥିର ଥାଏ । ତେଣୁ ଏମାନଙ୍କୁ ଆମେ ମାଇଲ୍ ଖୁଣ୍ଟି ଓ ସୀମା ଚିହ୍ନ ଭାବରେ କାମରେ ଲଗାଇ ପାରୁଛେ ।
କ୍ରାନ୍ତିପଥ ଉପରେ ଥିବା ୧୨ଟି ତାରାମଣ୍ଡଳ ବା ରାଶିଚକ୍ରକୁ ନେଇ ସୂର୍ଯ୍ୟର ଗତି ଓ ସୌରମାସ ହିସାବ କରାଯାଏ । ସେହିଭଳି ଚନ୍ଦ୍ରର ଗତି ମାପିବା ପାଇଁ ଆଉ କିଛି ଚିହ୍ନ ତାର ରହିଛନ୍ତି । ଚନ୍ଦ୍ର ୨୬ ଦିନରେ ଅରେ ଆକାଶରେ ୩୬୦୦ ବୁଲିଆସେ । ତେଣୁ ପ୍ରତିଦିନର ମାପ ପାଇଁ ଗୋଟିଏ କରି ମୋଟରେ ୨୭ଟି ନକ୍ଷତ୍ର ଚିହ୍ନଟ ହେଉଛନ୍ତି । କେତୋଟି ଗୋଟିକିଆ ତାର ବା କିଛି ତାରାଙ୍କ ଦଳକୁ ନକ୍ଷତ୍ର ଭାବରେ ଗଣାଯାଏ । ରାଶିମଣ୍ଡଳର ତାରାମାନଙ୍କୁ ନେଇ ଅଧିକାଂଶ ନକ୍ଷତ କଳ୍ପିତ, କିନ୍ତୁ ରାଶି ମଣ୍ତଳର ବାହାରର କିଛି ତାରା ବା ତାରା ଦଳ ମଧ୍ୟ ନକ୍ଷତ୍ର ଭାବରେ ଗଣା ଯାଆନ୍ତି ।
ଦୁଇଟି ନକ୍ଷତ୍ର ଭିତର ଥିବା ଦୂରତା ହେବ ୩୬୦୦/୨୭ =୧୩.୩୦ । ଚନ୍ଦ୍ର ଏହି ଦୂରତାକୁ ଗୋଟିଏ ଦିନରେ ଡ଼େଇଁଯାଏ ବା ପ୍ରତିଦିନ