ପୃଷ୍ଠା:Asha Tara Dekhiba.pdf/୨୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାରାଙ୍କ ଅବସ୍ଥିତି

            ପୃଥିବୀ ଉପରେ ବିଭିନ୍ନ ଜାଗା ଚିହ୍ନିବା ପାଇଁ ମଣିଷ ମନେ ମନେ ଗୁଡ଼ିଏ ଗାର ବା ବିନ୍ଦୁ ଟାଣିଛି । ଭୂଗୋଳ ପାଠରେ ଥିବା ବିଷୁବ ରେଖା, ଅକ୍ଷାଂଶ, ଦ୍ରାଘିମା, ଅକ୍ଷ, ମେରୁ ଆଦି ଏଥିରୁ କିଛି। ଆକାଶର ଗୋଲକ ବା ଖଗୋଳ ମଣ୍ଡଳରେ ମଧ୍ୟ ଏହିଭଳି କିଛି ଗାର ଓ ବିନ୍ଦୁମାନଙ୍କର କଳ୍ପନା କରା ଯାଇଛି।

ଖଗୋଳ ମେରୁ ଓ ଖଗୋଳ ବିଷୁବ ଏଗୁଡ଼ିକ ଭିତରେ ମୁଖ୍ୟ ହେଉଛି ଦୁଇ ମେରୁ ଓ ଖଗୋଳ ବିଷୁବ ରେଖା। ପୃଥିବୀର ଅକ୍ଷକୁ ଉତ୍ତର ଓ ଦକ୍ଷିଣ ଦୁଇ ମୁଣ୍ଡରେ ବଢ଼ାଇଲେ ତାହା ଆକାଶ ଗୋଲକ‌କୁ ଯେଉଠଁ ଛୁଇଁବ, ସେ ଦୁଇଟି ଆମର ଖଗୋଳ ଉତ୍ତର ଓ ଖଗୋଳ ଦକ୍ଷିଣ ମେରୁ ହେବ । ସେହିଭଳି ବିଷୁବ ବୃତ୍ତର ସମତଳକୁ ଚାରିଆଡ଼େ ବଢ଼ାଇଲେ ତାହା ଖଗୋଳକୁ ମଝିରେ ଦୁଇ ଭାଗ କରିବ। ଗୋଳକ ଉପରେ ଏହି କାଳ୍ପନିକ ଗାରଟି ହେବ ଖଗୋଳ ମଣ୍ଡଳରେ ଚିହ୍ନଟ ହୋଇପାରିବ ।

[[ଫାଇଲ:|357px|page=27]]
୨୬