ପୃଷ୍ଠା:Asha Tara Dekhiba.pdf/୩୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖଗୋଳ ମେରୁର ଚକାଭଉଁରୀ ଖେଳ

ଘୂରନ୍ତା ନଟୁର ମୁଣ୍ଡି ଏପଟ ସେପଟ ହୋଇ ଘୂରୁଥିବା କଥା ଆମେ ପ୍ରାୟ ସଭିଏଁ ଦେଖିଥିବା । ସେହିଭଳି ଘୂରନ୍ତା ପୃଥିବୀର ଅକ୍ଷ ବି ଆକାଶରେ ଧିରେ ଧିରେ ଘୂରି ବୁଲେ । ଏହାକୁ ଅୟନ ଚଳନ (ପ୍ରିସିସନ୍) କୁହାଯାଏ । ଏହା ଫଳରେ ପୃଥିବୀର ଅକ୍ଷ ମେରୁ ଚାରିପଟେ ୨୩.୫ଂ ବ୍ୟାସାର୍ଦ୍ଧର ଗୋଟିଏ ବୃତ୍ତରେ ବୁଲିଥାଏ । ଏହି ବୃତ୍ତଉପରେ ରହିଥିବା ତାରାଗୁଡ଼ିକ ଅଲଗା ଅଲଗା ସମୟରେ ଅକ୍ଷର ଉପରେ ବା ଖଗୋଳ ମେରୁର ସ୍ଥାନରେ ରହିଥାନ୍ତି । ସେମାନେ ପାଳି କରି ଆମର ଧ୍ରୁବ ତାରା ହୁଅନ୍ତି ।

ଏବେ ଶିଶୁମାର ମଣ୍ଡଳର ପ୍ରଥମ ତାରା ଏପରି ଥିବାରୁ ଆମେ ତାକୁ ଧ୍ରୁବ ତାରା କହୁଛେ । ୪୭୦୦ ବର୍ଷ ତଳେ ତକ୍ଷକ ମଣ୍ଡଳର ତାରା ଯମ (ଥୁବାନ୍) ଏପରି ଥିଲା । ଆଜିକୁ ୧୨,୦୦୦ ବର୍ଷ ପରେ ଖ୍ରୀଷ୍ଟାଦ୍ଦ ୧୪୦୦୦ ବେଳକୁ ଅତି ଉଜ୍ଜଳ ତାରା ଅଭିଜିତ (ଭେଗା) ଆମର ଧ୍ରୁବ ତାରା ହେବ । ଅୟନ ଚଳନ ବୃତ୍ତରେ ଥରେ ଘୂରି ଆସିବା ପାଇଁ ପୃଥିବୀର ଅକ୍ଷକୁ ୨୬୦୦୦ ବର୍ଷ ଲାଗେ । ତେଣୁ ୨୬୦୦୦ ବର୍ଷ ପରେ ଏବେକାର ଧ୍ରୁବତାରା ପୁଣି ଥରେ ଧ୍ରୁବ ତାରା ହେବ ।

[[ଫାଇଲ:|359px|page=31]]