ପୃଷ୍ଠା:Asha Tara Dekhiba.pdf/୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରହମାନଂକର ଗତିର ମିଳିତ ପ୍ରଭାବରୁ ଗ୍ରହ-ତାରାମାନେ ତାରାଙ୍କ ଭିତରେ କେବେ କେବେ ପଛୁଆ ଗଲା ଭଳି ମନେ ହୁଏ । ଏହି ଭଳି କେତେକ ବିଶେଷ ଗୁଣ ଯୋଗୁ ଗ୍ରହମାନଂକୁ ଖୋଜି ଦେଖିବା ବେଶ୍ ମଜାର କାମ ।

ଧୂମକେତୁ : ଲାଞ୍ଜ ମେଲାଇ ଥିବା ତାରାଟିଏ ଦେଖା ଦେବାଟା ଅତି ବିରଳ ଘଟଣା ନୁହେଁ । ବରଫ ଓ ପଥରରେ ଗଢ଼ା କିଛି ବିଶେଷ ପିଣ୍ଡ ଆକାଶରେ ଘୂରି ବୁଲୁଥାନ୍ତି। ସୂର୍ଯ୍ୟର ପାଖକୁ ଆସିଗଲେ ତାଙ୍କ ଦେହରୁ ଧୂଳି ଓ ଅନ୍ୟ ବାଷ୍ପ ବାହାରି ଲାଞ୍ଜର ରୂପ ନିଏ । ଏଭଳି ପିଣ୍ଡକୁ ଧୂମକେତୁ ବା ଲଞ୍ଜାତାରା କୁହାଯାଏ। ସବୁ ଧୂମକେତୁଙ୍କର ଯେ ଆଖିଦୃଶିଆ ଲାଞ୍ଜ ଲମ୍ବିଥାଏ ତା’ନୁହେଁ । ଅଧୁକାଂଶଙ୍କୁ ଖାଲି ଆଖିରେ ଦେଖିବା ଅସମ୍ଭବ । ବାଇନୋକୁଲାର ବା ଦୂରବୀକ୍ଷଣ ଯନ୍ତ୍ରରେ ସେମାନଙ୍କୁ ଠାବ କରିବା ମଧ୍ୟ ବେଶ କଷ୍ଟ କାମ। ଅନେକ ଆକାଶପ୍ରେମୀଙ୍କ ପାଇଁ କେବଳ ଧୂମକେତୁ ଠାବ କରିବା ହିଁ ମୁଖ୍ୟ ଆଗ୍ରହ ।

[[ଫାଇଲ:|357px|page=44]]

କେତେଗୁଡିଏ ଧୂମକେତୁ ନିୟମିତ ଭାବରେ ସୂର୍ଯ୍ୟ ପାଖକୁ ଆସନ୍ତି । ତେଣୁ ତାଙ୍କର ବାଷ୍ଠଘେରା ରୂପକୁ ଦେଖିହୁଏ । ଏଥିରୁ ଅଳ୍ପ କିଛିଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବ । କିନ୍ତୁ ମନେ ରଖିବା କଥା ଯେ ପ୍ରାୟ ସବୁ ସମୟରେ ନୂଆ ନୂଆ ଧୂମକେତୁ ଦେଖା ଯାଇ ପାରିବ ।

ଉଲ୍‌କା: ଆକାଶରେ ସବୁଠାରୁ ଅଧିକ ବେଗରେ ଯାଉଥିବା ଓ ସବୁଠାରୁ ଅଳ୍ପ ସମୟ ପାଇଁ ଦିଶୁଥିବା ଜିନିଷଟିଏ ହେଉଛି ଉଲ୍‌କା । ହାବେଳୀ ବାଣ ଭଳି ନିଆଁର ଗାର ଟାଣି ସେ ବାୟୁମଣ୍ଡଳରେ ଜଳି ପାଉଁଶ ହୋଇଯାଏ । ବେଳେ ବେଳେ ଖଣ୍ତେ ଅଧେ ପୃଥିବୀ ଉପରେ ବି ପଡ଼େ । ମହାକାଶରେ ଉଡ଼ି ବୁଲୁଥୁବା ଧୂଳି, ପଥର ଟାଣି ହୋଇ ବ୍ରାୟୁମଣ୍ଡଳରେ ପଶିଗଲେ ତାହା ଆମକୁ ଉଲ୍‌କା ରୂପରେ ଦେଖାଯାଏ । ବର୍ଷର ସବୁ ସମୟରେ କିଛି କିଛି ଉଲ୍‌କା ପଡ଼ୁଥାଏ । କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମୟରେ ଉଲ୍‌କାର ସଂଖ୍ୟା ବେଶ୍ ଅଧିକ ହୁଏ । ଏହାକୁ ଉଲ୍‌କା ବର୍ଷା ବା କେବେ କେବେ ଝଡ଼ ବି କୁହାଯାଏ । ପୃଥିବୀ କୌଣସି ଧୂମକେତୁ ବା ଗ୍ରହାଣୁର କକ୍ଷପଥକୁ କାଟି କରି ଗଲା ବେଳେ ସେଠାରେ ଥିବା ଭଙ୍ଗା ଧୂଳି ପଥର ଖଣ୍ଡ ଯୋଗୁଁ ଏଭଳି ହୋଇଥାଏ । ଆଗରୁ ସମୟ ଜଗି ଦେଖିଲେ ଏହା ଖୁବ୍ ମଜାଦାର ହୁଏ ।

୪୩