ପୃଷ୍ଠା:Asha Tara Dekhiba.pdf/୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାରା ଆକାଶର ମାନ‌ଚିତ୍ର

ତାରାମଣ୍ଡଳଗୁଡ଼ିକୁ ଚିହ୍ନିବା ପାଇଁ ପୃଷ୍ଠା ୫୦ ଓ ତା’ ପରର ମାନଚିତ୍ର ଖୁବ୍ ଉପଯୋଗୀ । ତାରାଖଞ୍ଜା ଗୋଲ‌କକୁ କାଟି ସିଧା କରି ଏହାକୁ ତିଆରି କରାଯାଇଛି । ଏଭଳି ସିଧା କରିବ। ଫଳରେ ଦୁଇ ମୁଣ୍ଡର ତାରାଗୁଡିକ ବହୁତ ଖେଳାଇ ହୋଇଯାଏ । ତେଣୁ ଦୁଇ ମେରୁ ପାଖରୁ ୩୦ ଡିଗ୍ରୀ ଅଞ୍ଚଳର ମାନଚିତ୍ର ଅଲଗା କରି ଗୋଲ ଆକାରରେ ରଖାଯାଏ । ମଝି ଅଞ୍ଚଳ (୬୦ଡ଼ିଗ୍ରି ଉତ୍ତରରୁ ୬୦ଡ଼ିଗ୍ରି ଦକ୍ଷିଣ)କୁ ଭିଡ଼ି ଆୟତାକାର କରିଦେଲେ ତାରାମଣ୍ଡଳ ସବୁର ଆକୃତି ବିଶେଷ ବଦଳେ ନାହିଁ ।

ଦକ୍ଷିଣ ମେରୁ ଅଞ୍ଚଳର ତାରାମାନେ ଏଠାରୁ ଦେଖାଯିବେ ନାହିଁ । ତେଣୁ ଏହି ମାନଚିତ୍ରଟି ଅଲଗା ଦିଆ ଯାଇନାହିଁ । ଉତ୍ତର ମେରୁ ଅଞ୍ଚଳର ତାରାଗୁଡ଼ିକ ପୃଷ୍ଠା ୫୦ର ଗୋଲ ମାନଚିତ୍ରରେ ରହିଛି । ମଝି ଅଞ୍ଚଳର ଆୟତାକାର ଚିତ୍ର ଏହାର ପରେ ପରେ ଦିଆ ଯାଇଛି । ଏ ଦୁଇ ମାନଚିତ୍ରରୁ ସ୍ଥାନାଙ୍କ (ଧ୍ରୂବ ଓ କ୍ରାନ୍ତି) ଅନୁସାରେ ତାରାମାନଙ୍କୁ ଖୋଜା ଯାଇ ପାରିବ । କେଉଁ ତାରାମାନେ ବର୍ଷର କେଉଁ ସମୟରେ ରାତି ୮ ଟା ବେଳେ ମୁଣ୍ଡ ଉପରେ ରହିବେ ତାହା ମଧ୍ୟ ଏଥିରେ ଦେଖା ଯାଇଛି ।

ଏହି ବହିରେ ଥିବା ତାରାଙ୍କ ଗତିର ସାଧାରଣ ନିୟମଗୁଡିକ (ସାରାଂଶ ପୃଷ୍ଠା ୫୪ରେ) ଭଲ ଭାବରେ ବୁଝିଗଲେ ଏହି ମାନଚିତ୍ରକୁ ବର୍ଷର ସବୁ ସମୟରେ କାମରେ ଲଗା ଯାଇ ପାରିବ ।

୪୯