ପୃଷ୍ଠା:Asha Tara Dekhiba.pdf/୬୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଓଡିଶା ଅଞ୍ଚଳରୁ ଦେଖିଲେ ଖଗୋଳ ଉତ୍ତର ମେରୁର ୨୦ ଭିତରେ ଥୁବା ତାରାଗୁଡ଼ିକ ସବୁବେଳେ ଦିଗବଳୟର ଉପରେ ରହିବେ । ଆମର ଏହି ନି ର ସ୍ତ ତାରାମାନଙ୍କ ଭିତରେ ରହୁଛି କେବଳ ଗୋଟିଏ ପୂରା ତାର କାମଣ୍ଡଳ-ଶିଶୁମାର । ଏହାର ମୁଖ୍ୟ ତାର ଧୁବ (କ ପୋଲାରିସ୍ ୨.୧) ଏବେ ମେରୁ ବିନ୍ଦୁର ୨୧ ଭିତରେ ରହିଛି । ଧୁବ ତାରା ଗୋଟିଏ ଅସ୍ଥିର ତାରା । କିନ୍ତୁ ଏହାର ଦୀପ୍ତି ବଦଳିବାଟା ଖୁବ୍ କମ୍ ହୁଏ । ଅୟନ ତଳନ ଫଳରେ ଆମର ମେରୁ ବିନ୍ଦୁ ଘୁଞ୍ଚି ଘୂଲିଛି । ପ୍ରାୟ ୫୦୦ ବର୍ଷ ତଳେ ତାର। ଯମ (ତକ୍ଷକ-କ) ମେରୁ ବି ଯୁ ଉପରେ ବା 'ଧୁବ ତାରା’ ଅବସ୍ଥାରେ ଥୁଲା । ଗୋଟିଏ ପ୍ରାଚୀନ ଭାରତୀୟ ମତରେ ତାର ଯମ ଓ ଶିଶୁମାରର ୭ ତାରାଙ୍କୁ ମିଶାଇ 'ଧୁଦ ମସ୍ୟ’ ମଣ୍ଡଳର କଳ୍ପନା କର। ଯାଇଥୁଲା !
ବିଭିନ୍ନ ଋତୁ ରେ ଶିଶୁମାର ମଣ୍ଡଳ ର ଅବ ସ୍ଥିତି ବ ଦଳୁଥାଏ । ଖରାଦିନେ ସନ୍ଧ୍ୟା ସମୟରେ ଓ ଶୀତ ଦିନରେ ପାହାନ୍ତା ବେଳକୁ ଏହାର ମୁଣ୍ଡ ଉପର ଆଡକୁ ରହିବ । ନିରସ୍ତ ଅଞ୍ଚଳ ଭିତରେ ବୃଷପର୍ବା, ଜିରାଫ ଓ ତକ୍ଷକ ମଣ୍ଡଳର କିଛି ତାରାଙ୍କୁ ମଧ୍ୟ ଦେଖିହେବ ।
ଶିଶୁମାର ମଣ୍ଡଳର ତାରାମାନେ ହେଲେ:
କ. ଧୁବ ପୋଲାରି ସ୍, ଖ. ସୁରୁଚି କୋର୍ବ, ଗ. ଉତ୍ତନ ପାଦ ଫେରକାଡ, ଘ. ସୁନୀତି, ଚ. ଶିଶୁମାର, ଛ. ପ୍ରଜାପତି, ଜ. ପ୍ଳବଙ୍ଗ
ସପ୍ତର୍ଷିର ମୁଣ୍ଡରୁ ବା ଶର୍ମିଷ୍ଠାର ବଡ କୋଣର ଢିଭାଜକ ରେଖାରୁ ଧୁବ ତାରାକୁ ବିହ୍ନଟ କରିହେବ ।

[[ଫାଇଲ:|357px|page=68]]
୬୭