ପୃଷ୍ଠା:Asha Tara Dekhiba.pdf/୭୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|359px|page=71]]

କାଳପୁରୁଷର ଅଣ୍ଟାର ତିନି ତାରାଙ୍କ ଧାଡିକୁ ଯୋଡି ପଶ୍ଚିମ ଆଡକୁ ବଢାଇଲେ ଆମେ ହଳଦିଆ ତାରା ରୋହିଣୀ ପାଖାପାଖି ପହଞ୍ଚିବା ଓ ଆଉ କିଛି ବାଟ ଆଗେଇଲେ ଝାପ୍‌ସା କୃତ୍ତିକା ପୁଞ୍ଜ (ମ ୪୫) କୁ ଭେଟିବା । ତାରା ରୋହିଣୀକୁ ଲାଗି v ଆକାରରେ ଥିବା ତାରାଗୁଡିକ ଗୋଟିଏ ଦଳର‘ରୋହିଣୀ ଶକଟ' ବା 'ହାଏଡେସ୍ ପୁଞ୍ଜ’ । ଏ ସବୁ ଗୁଡିକ ବୃଷ ରାଶି ଭିତରେ । ତିନି ତାରାଙ୍କ ଗାରକୁ ପୂର୍ବ ଆଡେ ବଢାଇଲେ ତାହା ଆକାଶର ଉଜଳତମ ତାରା ଲୁବ୍ଧକ ପାଖରେ ପହଞ୍ଚିବ । ଲୁବ୍ଧକର ଉତ୍ତର-ପୂର୍ବକୁ ଓ ଆର୍ଦ୍ରାର ପୂର୍ବକୁ ରହିଛି ସରମା ମଣ୍ଡଳର ମୁଖ୍ୟ ତାରା ପ୍ରଶ୍ବା ଓ ତା’ର ଉତ୍ତରକୁ ମିଥୁନ ରାଶିର ଜାଆଁଳା ତାରା ସୋମ ଓ ବିଷ୍ଣୁ । ଆର୍ଦ୍ରାର ଉପରକୁ ରହିଛି ବ୍ରହ୍ମ ମଣ୍ଡଳର ପ୍ରଧାନ ତାରା ବ୍ରହ୍ମହୃଦୟ ।