ପୃଷ୍ଠା:Asha Tara Dekhiba.pdf/୭୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ମୁଖ୍ୟ ମଣ୍ତଳ ଓ ପ୍ରଧାନ ତାରା (କ୍ରମ, ନାମ ଓ ଦୀପ୍ତି)
(ସାରଣୀ କ୍ରମାଙ୍କ) ଓ ଅନ୍ୟ ଆକର୍ଷଣ
କର୍କଟ (୩୧) କ ୪.୩ ମ ୪୪ ପୁଷ୍ୟା ପୁଞ୍ଜ
ସିଂହ (୪୦) କ-ମଘା
ଖ-ଉତ୍ତରା ଫାଲ୍‌ଗୁନୀ ଡ଼େନେବୋଲା ୨.୨
ଗ ଆଲ୍‌ଗିଏବା ଯୁଗ୍ମ ତାରା
ବାସୁକୀ(୩୭) କ ଆଲ୍‌ଫାର୍ଡ଼ ୨.୨
ସପ୍ତର୍ଷି(୩୯) ଯୁଗ୍ମ ତାରା ବଶିଷ୍ଠ+ଅରୁନ୍ଧତା
ମ ୮୧, ମ ୮୨ ନୀହାରିକା
ଛାୟାପ‌ଥ ଦକ୍ଷିଣ ଦିଗ୍‌ବଳୟ ଓ ଦ‌କ୍ଷିଣ-ପଶ୍ଚିମ କୋଣ

ଶୀତଦିନର ଉଜଳ ତାରାମାନଙ୍କ ପରେ ଅନ୍ୟ ସମୟର ଆକାଶ ଫାଙ୍କା ଲାଗିବା ସ୍ୱାଭାବିକ । କିନ୍ତୁ ବସନ୍ତ ଆକାଶ ସତକୁ ସତ ଫାଙ୍କା । ଏବେ ଆସୁଥିବା ଏକମାତ୍ର ନୂଆ ଉଜଳ ତାରା ହେଉଛି ମଘା-ପ୍ରଥମ ବର୍ଗର ତାରାଙ୍କ ଭିତରେ ଶେଷ (୨୧ତମ) । ତ‌ଥାପି ସିଂହ ରାଶି ମଣ୍ତଳକୁ ଦେଖିଲେ ପ୍ରକୃତରେ ପଶୁରାଜ ଭଳି ମନେ ହୁଏ । ସିଂହ ବେକରେ ମଘାର ଉପରକୁ ରହିଛି ଯୁଗ୍ମ ତାରା ଗ ଆଲ୍‌ଗିଏବା । ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଏହାକୁ ଅଲଗା କରି ଦେଖିହେବ ।

[[ଫାଇଲ:|357px|page=76]]

ସ‌ହଜରେ ଜାଣି ହେଉଥିବା ମିଥୁନ ଓ ସିଂହ ରାଶି ମଣ୍ତଳ ଦୁଇର ମଝିରେ ରହିଛି କର୍କଟ ରାଶି ମଣ୍ତଳ । ଏହାର ତାରାଗୁଡ଼ିକ ଖୁବ୍ କ୍ଷୀଣ- ତେଣୁ ଦେଖିବା କଷ୍ଟ । କିନ୍ତୁ ସୂର୍ଯ୍ୟ ତା'ର ଉତ୍ତରାୟଣ ଗତି ଶେଷ କରେ