ପୃଷ୍ଠା:Asha Tara Dekhiba.pdf/୮୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯନ୍ତ୍ରରେ ଅଲଗା ଦେଖିହୁଏ । କିନ୍ତୁ ତୃତୀୟଟି- ପ୍ରକ୍ସିମା ସେଣ୍ଟରୀ, ଯାହା ଆମର ପ୍ରକୃତ ନିକଟତମ- ଅତି କ୍ଷୀଣ । କିଏ କିଏ ଭାବନ୍ତି ଯେ ଏହା ଗୋଟିଏ ପୂରା ଅଲଗା ତାରା ।

[[ଫାଇଲ:|357px|page=82]]

ଏହି ଅଞ୍ଚଳର ଅନ୍ୟ ଦୁଇ ଉଜଳ ତାରା ହେଉଛନ୍ତି ତ୍ରିଶଙ୍କୁ ମଣ୍ଡଳର ବିଶ୍ୱାମିତ୍ର ସତ୍ୟବ୍ରତ । ଏ ଦୁହିଁଙ୍କର କିଛି ଉପରକୁ ଲାଲ ତାରା ତ୍ରିଶଙ୍କୁ ଗ ଗାକ୍ରକ୍ସ ୧.୬ ମଧ୍ୟ ଦେଖାଯିବ । ତାରା ବିଶ୍ୱାମିତ୍ର ତିନୋଟି ତାରାଙ୍କର ସମଷ୍ଟି । ତାରା ସତ୍ୟବ୍ରତର ଅଳ୍ପ ତର୍ଜକୁ ବିକ୍ଷିପ୍ତ ପୁଞ୍ଜ ତ୍ରିଶଙ୍କୁ-ଠ ରହିଛି । ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ସେଠାରେ କେତୋଟି ମୋତି ରହିଥିଲା ଭଳି ଦେଖାଯିବ ।

ନାବିକମାନଙ୍କ ପାଇଁ ତ୍ରିଶଙ୍କୁ ମଣ୍ଡଳ ଅତି ଗୁରୁତ୍ୱପୂର୍ଣ୍ଣ । ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକ ସମୁଦ୍ର, କିନ୍ତୁ ସେଠାରୁ ଧ୍ରୁବ ତାରା ଦେଖାଯାଏ ନାହିଁ । ଦକ୍ଷିଣ ମେରୁର ଠିକ୍ ଉପରେ ଏବେ କିଛି ଆଖି ଦେଖା ତାରା ନାହିଁ । କିନ୍ତୁ ତ୍ରିଶଙ୍କୁ ଗ ଓ କ କୁ ଯୋଡି ବଢ଼ାଇଲେ ତାହା ଦକ୍ଷିଣ ମେରୁକୁ ଚିହ୍ନାଇ ଦିଏ । ଅବଶ୍ୟ ଆଉ ୧୪,୦୦୦ ବର୍ଷ ପରେ ଅତି ଉଜଳ ତାରା ଅଗସ୍ତ୍ୟ ପୁଣି ଦକ୍ଷିଣ ମେରୁ ଉପରେ ରହିବ ଓ ଏ ସମସ୍ୟାର ସମାଧାନ କରିଦେବ ।

ଭଲ ପାଗ ଓ ଖୋଲ। ପଡ଼ିଆ ଦେଖି ଚେଷ୍ଟା କଲେ ଦକ୍ଷିଣ ଦିଗ୍‌ବଳୟର ମଜା ସବୁ ତାରା ଦେଖାଳୀ ନିଶ୍ଚୟ ପାଇ ପାରିବେ ।

୮୧