ପୃଷ୍ଠା:Asha Tara Dekhiba.pdf/୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୂର୍ବରେ ଓ ଫଣା ପଶ୍ଚିମରେ ଦେଖା ଯାଉଛି । ଏଣୁ ଭୂଜଙ୍ଗ ହେଉଛି ଏକମାତ୍ର ତାରାମଣ୍ଡଳ ଯାହା ଖଣ୍ଡ ଖଣ୍ଡ ହୋଇ ରହିଛି । ଭୂଜଙ୍ଗର ତାରାଗଡିକ ବିଶେଷ ବଡ ନୁହନ୍ତି । କିନ୍ତୁ ଫଣାର କିଛି ତଳକୁ ଥିବା ନାରଙ୍ଗୀ ତାରା କ-(ଉବୁକ୍ ଆଲ୍ ହେ- ସାପର ବେକ) ଓ ତା’ର ପାଖରେ ଥୁବା ବର୍ତ୍ତୁଳ ପୁଞ୍ଜ ମ ୫ ଦୁହିଁଙ୍କୁ ଦେଖିବାର କଥା ।

[[ଫାଇଲ:|357px|page=86]]

ଦୁଇ ସରୀସୃପ ଓ ଯୋଦ୍ଧାଙ୍କ ତଳକୁ ରହିଛି ବିଛା ରାଶି ମଣ୍ଡଳ । ଦକ୍ଷିଣ ଆକାଶରେ ସେ ବେଶ୍ ବଡ ଅଞ୍ଚଳ ବ୍ୟାପି ରହିଛି । ତଥାପି ସେ ତାରାମାନଙ୍କୁ ଦେଖୁ ଦେଖୁ ଶୁଣ୍ଢ ବଢାଇ, ନାହୁଡ ଟେକି ମାଡି ଆସୁଥିବା କଙ୍କଡା ବିଛାର ଚିତ୍ର ଆପେ ଆପେ ମନକୁ ଆସିଯାଏ । ତେବେ ଡରିବାର କିଛି ନାହିଁ । କାରଣ ସେ ବିଛା ମରି ପଡିଛି । ତାକୁ ମାରିଥୁବା ଅସ୍ତ୍ର– ଧନୁ– ରହିଛି ତା’ର ପଛରେ । ତୀର ମାଡରେ ତା’ର ହୃଦୟ ଫାଟି ରକ୍ତ ବୋହି ଆସିଛି ଓ ଲାଲ ତରା ଜ୍ୟେଷ୍ଠା (ବିଛା-କ ଆଣ୍ଟାରେସ୍ ୧.୨) ଜମାଟ ବାନ୍ଧି ରହିଛି ।

୮୫