ପୃଷ୍ଠା:Asha Tara Dekhiba.pdf/୮୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜ୍ୟେଷ୍ଠାର ପଶ୍ଚିମକୁ ରହିଛି ତାରା ଘ (ଜୁବା ୨.୫) ବା ବିଛାର ମୁଣ୍ଡ । ତା’ର ଦୁଇ କଡକୁ ରହିଛି ଶୁଣ୍ଢର ତାରା ଧାଡି । ଏହି ସବୁତକ ମିଶି ଚନ୍ଦ୍ରର ୧୭ତମ ଘର ବା ଅନୁରାଧା ନକ୍ଷତ୍ର ନାଁରେ ଜଣା । ଦୁଇଟି ବେଶ୍ ଉଜଳ ତାରା (ଡ-ଶଉଲା ୧.୭ ଓ ଣ ୨.୮) ମିଶି ବିଛାର ନାହୁଡ ଏବଂ ମୂଳା ନକ୍ଷତ୍ର ଚିହ୍ନଟ ହୁଏ । ଜ୍ୟେଷ୍ଠାର ପାଖରେ ବର୍ତ୍ତୁଳ ପୁଞ୍ଜ ମ ୪ ଓ ନାହୁଡ ପାଖରେ ବିକ୍ଷିପ୍ତ ପୁଞ୍ଜ ମ ୬ ଓ ମ ୭ଙ୍କୁ ସହଜରେ ଦେଖିହୁଏ । ବିଛାର ପ୍ରଧାନ ତାରା, ଜ୍ୟେଷ୍ଠା ଗୋଟିଏ ଲାଲ ମହାଦାନବ (ବ୍ୟାସ : ୫୬ କୋଟି କିଲୋମିଟର, ଦୂରତା: ୫୨୦ ଆଲୋକବର୍ଷ) । ଏହା ଗୋଟିଏ ଯୁଗ୍ନ ଏବଂ ଅସ୍ଥିର ତାରା ମଧ୍ୟ ।

ରଣି ଚକ୍ରରେ ବିଛା ଗୋଟିଏ ମୁଖ୍ୟ ମଣ୍ଡଳ । କିନ୍ତୁ ଏବେ ଏହା ଅନେକ ଘୁଞ୍ଚି ଗଲାଣି- ତେଣୁ ସୂର୍ଯ୍ୟ ଖୁବ୍ ଅଳ୍ପ ଦିନ (ପ୍ରାୟ ଏକ ସପ୍ତାହ) ଏଠାରେ କଟାଉଛି । ଭୂଜଙ୍ଗଧାରୀ ମଣ୍ଡଳ ଦକ୍ଷିଣକୁ ଘୁଞ୍ଚି ଆସି କ୍ରାନ୍ତି ପଥକୁ ଛୁଉଁଛି ଓ ସୂର୍ଯ୍ୟ ଏଠାରେ ବେଶ୍ ସମୟ ପାଇଁ ରହୁଛି ।

[[ଫାଇଲ:|396px|page=87]]
୮୬