ପୃଷ୍ଠା:Asha Tara Dekhiba.pdf/୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ବିଛାର ପୂର୍ବକୁ ଥିବା ଧନୁ ରାଶି ମଣ୍ଡଳରେ ଅନେକ ପ୍ରକାରର ଦର୍ଶନୀୟ ଜିନିଷ ଭରି ରହିଛି । ଉତ୍ତର-ପୂର୍ବରୁ ଦକ୍ଷିଣ-ପଶ୍ଚିମ ହୋଇ ଲମ୍ବି ରହିଥିବା ଧୂଆଁଳିଆ ଛାୟାପଥକୁ ଆମେ ଏଠାରେ ଦେଖିବା । ବିଛା ଓ ଧନୁ ମଝି ଦିଗରେ ଛାୟାପଥ ନୀହାରିକାର କେନ୍ଦ୍ର ରହିଛି । ତେଣୁ ଏଠାରେ ତାରା ଓ ତାରାପୁଞ୍ଜଙ୍କ ସଂଖ୍ୟା ବେଶ୍ ଅଧୁକ । ବାଇନୋକୁଲାର ବ। ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଏଠିକାର ଦୃଶ୍ୟ ଅତି ସୁନ୍ଦର । ମ ୮ ଲାଗୁନ୍ ନେବୁଲା ଏବଂ ମ ୨୨, ମ ୨୮, ମ ୫୪ ବର୍ତ୍ତୁଳ ପୁଞ୍ଜଗୁଡ଼ିକୁ ଏଠାରେ ସ‌ହଜରେ ଦେଖିହେବ ।

ଧନୁର ତାରାଗୁଡିକ ଅତି ଉଜଳ ନୁହନ୍ତି । କିନ୍ତୁ ମଝି ଭାଗର ତାରାମାନେ ଗୋଟିଏ ରାଜମୁକୁଟ ବା ଚା କେଟଲ୍ ଆକୃତିରେ ଜାଣି ହୋଇ ଯାଆନ୍ତି । ଏହି ସମୟରେ ଆମେ ରାଣୀଙ୍କ ମୂକୁଟ (କିରୀଟ ମଣ୍ତଳ) ମଧ୍ୟ ଦେଖି ପାରିବା ଉତ୍ତର ଆକାଶରେ-ମହାବଳୀ ଓ ଭୂତେଶର ମଝିରେ । ଏହାର ତାରାଗୁଡିକ ଅଳ୍ପ ଉଜଳ ହେଲେ ବି ଏମାନେ ଚିକ୍‌ମିକ୍ କରି ମୋତି ଭଳି ଝଲସୁ ଥାଆନ୍ତି । ଏଥିଯୋଗୁଁ କିରୀଟ ମଣ୍ଡଳ ଓ ତା’ର ମୁଖ୍ୟ ତାରା ମୁକୁଟମଣିକୁ ଚିହ୍ନିବା ସହଜ। ଏହି ତାରାଟି ଗୋଟିଏ ପରାଗୀଯୁଗ୍ମ ଅସ୍ଥିର ତାରା (ହାରାହାରି ଦୀପ୍ତି ୨.୨ ଓ କାଳ ୧୭.୪ ଦିନ) ।

୮୭