ପୃଷ୍ଠା:Babaji Natak (JM Lala, 1877; KC Patnaik, Ed.) o.pdf/୫୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାବାଜୀ ନାଟକ

ପ୍ରଥମ ଅଙ୍କ

ରଙ୍ଗଭୂମି-ବାବୁ ସୁବଳ ପଟ୍ଟନାୟକଙ୍କ ବୈଠକ ଖନା । ( ବାବାଜୀଙ୍କର ପ୍ରବେଶ )

ବାବାଜୀ—ଜୟ ଜୟକାର ହେଉ ।

ବାବୁ—ଦଣ୍ଡବତ ମହାରାଜ ( ପଞ୍ଚାଙ୍ଗ ପ୍ରଣାମ)

ବାବାଜୀ-ମଙ୍ଗଳ ହେଉ, ଈଶ୍ବର ସଦା ସୁଖୀ ରଖନ୍ତୁ ।

ବାବୁ - ବସିବା ହେଉନ୍ତୁ । ଏହି ଗୌକରେ ବସନ୍ତୁ । କୁଆଡ଼େ ଆସିବା ହେଲେ ମହାରାଜ ?

ବାବାଜୀ-ଆପଣଙ୍କ ଠାକୁ ଆସିଲେଇଁ । ବାବୁ-ଆପଣଙ୍କର ମଠ କୌଠାରେ ?

ବାବାଜୀ-ଆମର ମଠ ନାହିଁ ବାବା । ଘର ଗୁଡ଼ ଲେଇଁ ମଠରୁ କ, କାର୍ଯ୍ୟ, ଘର ଧନ୍ଦା ଓ ମଠ ଧନ୍ଦା। ସମାନ ଅଞ୍ଚେ । ଯେଉଁ ସ୍ଥାନରେ ଆସନ କଲ୍ ସେହି ଆମର ମଠ, ଆମେ ର ଏକ ସ୍ଥାନରେ ଅନେକ ଦିନ ରହୁନା, ଦେଶ ଭ୍ରମଣରେ ଥାଉଁ । ଦୁଇଦିନ ହେଲା ଏଠାକୁ ଆସି ନଦୀକୂଳ ତୋଷୀରେ ଆସନ କରିଛୁ । ଭୋଜନ ନ ମିଳବାରୁ ଆପଣଙ୍କ ଠାକୁ ଆସିଗଲୁ ।