ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
ବାଲି ତୃତୀୟା ବା ତୀଜବ୍ରତ

ସେ ସବୁ ଆମ୍ଭ ଆଗରେ କହିବି ଗୋ ପ୍ରିୟେ ।
ନିଜେ ଯାତ୍ରା ଦେଖିଅଛି ପୂର୍ବେ ହିମାଳୟେ ॥
ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ ।
କିପରି ମୁଁ ପୂର୍ବେ କରିଥିଲି ଏହି ବ୍ରତ ।
ଶୁଣିବାକୁ ଇଚ୍ଛା ମୋର ହୁଏ ପ୍ରାଣେଶ୍ୱର !
ବୁଝାଇ କହ ହେ ତୁଟୁ ସନ୍ଦେହ ମନର ॥
ଈଶ୍ୱର କହନ୍ତି ଦେବୀ ଶୁଣ ଦେଇ ମନ ।
ନଥିଲା ପର୍ବତ ଉତ୍ତମ ନାମ ହିମବାନ ॥
ସିଂହବ୍ୟାଘ୍ର ଗଜ‌ଯୁଥ ତହୁଁ ବିହରନ୍ତି ।
ବୃକ୍ଷଲତାରେ ମଣ୍ଡିତ ଯହୁଁ ବହୁ ମୃଗପତି ॥
ନାନାବର୍ଣ୍ଣ ରଙ୍ଗରେ ବିଚିତ୍ରମୂରତି ॥
ମଧୁବନେ ବୁଲନ୍ତି ଯହିଁ ପକ୍ଷୀପନ୍ତି ॥
ଦେବତା ଗନ୍ଧର୍ବ ସିଦ୍ଧଚାରଣ ଗୁଣ୍ୟେକେ ।
ମହାନନ୍ଦେ ବିହରନ୍ତି ଗନ୍ଧର୍ବ ଗାୟକେ ।
ସ୍ପଟିକ କାଞ୍ଚନ ବଇଦୁର୍ଯ୍ୟ ମଣିମୟ ।
ଶୃଙ୍ଗେ ଶୋଭିତ ଆକାଶ ବ୍ୟାପୀ ବୃକ୍ଷଚୟ ।
ଯହିଁ ଦେଖି ହିମାଚଳ, ତୃଷାରେ ପୁରିତ ।
ଗଙ୍ଗାଜଳ ପ୍ରବାହେ ଯେ ହୋଇଛି ଚିତ୍ରିତ ॥
ରତ ସଦା ସୁରନାରୀ ନୃତ୍ୟ ସଙ୍ଗୀତରେ ।
ବାଲ୍ୟ ଆରମ୍ଭିଲେ ବ୍ରତ ସେତୁ ପର୍ବତରେ ।
ଅଧ ମୁଖେ ବାରବର୍ଣ୍ଣ ଗଲା ଧୂମ୍ର ପାନେ ।
ଚଉଷଠି ବର୍ଷ ବ୍ରତ ପଦ୍ମପତ୍ରର ଆସନେ ।
କଠୋର ନିୟମେ କଷ୍ଟ ଦେଖି ତବ ତାତ, ମନେ ମନେ