ପୃଷ୍ଠା:Barnabodha (1901).pdf/୧୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବର୍ଣ୍ଣବୋଧ

ପାଇକ ସାଜିଲା, କାହାଳୀ ବାଜିଲା, ହାତୀ ଅଇଲା ଚାଲି ।
ଆସ ଆସ ଭାଇ, ଗୀତ ଗାଇ ଗାଇ, ଯିବା ନଦୀର ବାଲି ।

ହ୍ରସ୍ୱ ଉକାର ବନା ।

କ ଉ କୁ । ଚ ଉ ଚୁ
ଖ ଉ ଖୁ । ଛ ଉ ଛୁ
ଗ ଉ ଗୁ । ଜ ଉ ଜୁ
ଘ ଉ ଘୁ । ଝ ଉ ଝୁ

ଟୁ ଠୁ ଡୁ ଢୁ ଣୁ ତୁ ଥୁ ଦୁ ଧୁ ନୁ ପୁ ଫୁ ବୁ ଭୁ ମୁ ଯୁ ରୁ ଳୁ ଶୁ ଷୁ ସୁ ହୁ ।

କୁଳ ଲଘୁ ଆୟୁ ଚାରୁ ସୁଧା
ସୁଖ ଗୁରୁ ବାୟୁ ଭୀରୁ ବିଧୁ
ପୁର ସରୁ ପଶୁ ଋଜୁ ତନୁ
ମୁଖ ସାଧୁ ଶିଶୁ ଋତୁ ତୁଷ
ଶୁଭ ମଧୁ ରୁଚି ରିପୁ ସୁନା
ଗୁଣ ଯଦୁ ଶୁଚି ବହୁ ବାହୁ