ପୃଷ୍ଠା:Barnabodha (1901).pdf/୨୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୨୩

ବର୍ଣ୍ଣବୋଧ ।

ତୁ, ତୁ, ତୁ, ଡାକିଲି ମୁହିଁ ।
ଦଉଡି ଆସିଲୁ କୁକୁର ତୁହି ।
ଆଉଁସି ଦେବିରେ ଦେହ ତୋହର,
ଖାଇବାକୁ ଦେବି ଭାତ ମୋହର ।
ମୋ କଥା ମାନିବୁ ଜାଣଇ ମୁହିଁ,
ଯେଣେ ଯିବି ମୁହିଁ, ଯିବୁରେ ତୁହି ।

ସରୋବରରେ କଇଁଫୁଲ ଫୁଟିଅଛି । ବାସୁଦେବ, ଆସ ଫୁଲ
ତୋଳିବା । ଫୁଲନେଇ ଘରେ ଭାଇ ଭଉଣୀକି ଦେବା । ପୋଖରୀ
କୂଳରେ ହରିଣଟିଏ ଛିଡା ହୋଇଅଛି । ଦେଖ ପଳାଇ ଯାଉଛି
ତ'ପଛେ ଦୌଡି ଦୌଡି ତାହାକୁ ଧରିବା । ଓଃ ଦୌଡି ଦୌଡି
ଗୋଡ ରହିଗଲାଣି । ତାକୁ ଧରି ପାରିବା ନାହିଁ । ଚାଲ ପୋଖରୀରେ
ଗାଧୋଇ, ଫୁଲ ନେଇ, ଘରକୁ ଯିବା । ଖରା ମାଡି ଆସିଲାଣି, ଆଉ
ମଠ ନ କର ।

ଆଜି କଳା ବଉଦ ଆକାଶରେ ଘୋଟି ଗଲାଣି । ଉଃ ବିଜୁଳି
ମାରୁଅଛି । ଘଡଘଡି ରଡିରେ କାନ ଅତଡା ପଡି ଯାଉଅଛି । ଆଜି
ଭାରି ବରଷା ହେବ । ହେଇ, ବରଷା ପାଣିତ ପଡିଲାଣି । ଚାଲ ଘର
ଭିତରକୁ ଯିବା, ନୋହିଲେ ଦେହ ଓ ଲୁଗା ଓଦା ହୋଇଯିବ ।

ଜାଇ ଯୂଈ ମଲି ମାଧବୀ ମାଳତୀ
ଗୋଲାପ ନିଆଳି କେତକୀ ସେବତୀ ।
ନାନାଜାତି ଫୁଲ ଦେବି ତୋତେ ଆଣି,
ଦେଖି ତୁ ହସିବୁ ଆରେ ଧନମଣୀ ।