ପୃଷ୍ଠା:Barnabodha (1901).pdf/୩୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩୨

ବର୍ଣ୍ଣବୋଧ ।

ନ ତ ନ୍ତ ଦନ୍ତ, ଚିନ୍ତା, ସନ୍ତୋଷ, ଶାନ୍ତ, ଦାନ୍ତ ।
ନ ଥ ନ୍ଥ କନ୍ଥା, ମନ୍ଥନ, ରୋମନ୍ଥ ।
ନ ଦ ନ୍ଦ ଆନନ୍ଦ, ମନ୍ଦିର, ସିନ୍ଦୂର, ସନ୍ଦେହ ।
ନ ଧ ନ୍ଧ ଅନ୍ଧ, ଅନ୍ଧି, ସନ୍ଧ୍ୟା, ବନ୍ଧୁ, ବନ୍ଧୁକ ।

 ଧନ୍ୟ ଯେ ସଦା ବାସ କରେ, ଶାନ୍ତି ସନ୍ତୋଷ ଆନନ୍ଦରେ । 
ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା, ଅନ୍ଧକୁ ନ ଦିଶଇ ପନ୍ଥା ।

ମ ପ ମ୍ପ ସମ୍ପଦ, ସମ୍ପନ୍ନ, ସମ୍ପାଦନ, କମ୍ପିତ ।
ମ ଫ ମ୍ଫ ଲମ୍ଫ, ଗୁମ୍ଫା, ବାମ୍ଫୀ ।
ମ ବ ମ୍ବ ସମ୍ବଳ, ସମ୍ବାଦ, ସମ୍ବୋଧନ, କମ୍ବୁ, ଅମ୍ବୁ ।
ମ ଭ ମ୍ଭ ରମ୍ଭା, ଗମ୍ଭୀର, ସମ୍ଭୋଗ, କୁମ୍ଭୀର ।

 ଗୁମ୍ଫାଟି ଅତି ସୁନିର୍ମଳ । 
ବାମ୍ଫୀର ଜଳ ସୁଶୀତଳ ।
ସମ୍ପଦକାଳେ ସର୍ବେ ସଖା,
ବିପଦେ ନ ଦିଅନ୍ତି ଦେଖା ।

କୁମ୍ଭୀର ବଡ ଭୟଙ୍କର, ନାଶଇ କେତେ ନାରୀ ନର ।