ପୃଷ୍ଠା:Barnabodha (1901).pdf/୪୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪୦

ବର୍ଣ୍ଣବୋଧ ।

ଦୁଇଟି ପାଦ, ଦୁଇଟି ଚକ୍ଷୁ, ଦୁଇଟି କର୍ଣ୍ଣ, ଦୁଇଟି ଓଷ୍ଠ । ନାସିକାରେ
ଦୁଇଟି ରନ୍ଧ୍ର ଅଛି । ଉଦରରେ ପାକଯନ୍ତ୍ର ଅଛି । ମସ୍ତକରୁ ପାଦପର୍ଯ୍ୟନ୍ତ
ସମସ୍ତ ଦେହରେ ରକ୍ତ ପ୍ରବାହିତ ହେଉଅଛି ।



କିଏ ତୁମ୍ଭଙ୍କୁ ଅବଂ ଆଉସବୁ ଜୀବମାନଙ୍କୁ କରିଅଛନ୍ତି ? କିଏ
ତୁମ୍ଭଙ୍କୁ ଦେଖିବାପାଇଁ ଚକ୍ଷୁ, ଶୁଣିବାପାଇଁ କର୍ଣ୍ଣ, ସୁଙ୍ଗିବାପାଇଁ ନାସିକା,
ସ୍ୱାଦ ବାରିବାପାଇଁ ଜିହ୍ବା, କଥା କହିବାପାଇଁ ମୁଖ, ପଦାର୍ଥମାନ ଧରିବା
ପାଇଁ ହସ୍ତ, ଏକ ସ୍ଥାନରୁ ଅନ୍ୟସ୍ଥାଙ୍କୁ ଯିବାପାଇଁ ପାଦ ଦେଇଁଅଛନ୍ତି ?
କିଏ ତିମ୍ଭଙ୍କୁ ଭଲ, ମନ୍ଦ, ନ୍ୟାୟ,ଅନ୍ୟାୟ ବିଚାର କରିବାପାଇଁ ବୁଦ୍ଧି
ଦେଇଅଛନ୍ତି ? ଆହା, ତାଙ୍କର ଦୟା କିଏ ବର୍ଣ୍ଣି ପାରିବ !
--୦--
ସୂର୍ଯ୍ୟ ଆମ୍ଭମାନଙ୍କୁ ଆଲୁଅ ଓ ଉତ୍ତାପ ଦେଉଅଛି । ସୂର୍ଯ୍ୟ ନ
ଥିଲେ ସଂସାର ଅନ୍ଧକାରମୟ ଓ ଅତିଶୀତଳ ରହି-
ଥାନ୍ତା । ପୃଥିବୀରେ ଜୀବ ଜନ୍ତୁ, ବୃକ୍ଷ ଲତା କିଛି
ଜନ୍ମି ପାରନ୍ତା ନାହିଁ । ସୂର୍ଯ୍ୟ ପୃଥିବୀ ଠାରୁ ଅତି
ବୃହତ । ପୃଥିବୀ ସୂର୍ଯ୍ୟର ଚତୁର୍ଦ୍ଦିଗରେ ବର୍ଷକେ
ଥରେ ବୁଲେ ।
--୦--
ରାତ୍ରିକାଳରେ ଚନ୍ଦ୍ର ଉଜ୍ଜ୍ୱଳ ଦେଖାଯାଏ ।
ଚନ୍ଦ୍ର କ୍ରମେ୨ ବଢୁଥାଏ । ଯେଉଁଦିନ ଚନ୍ଦ୍ର
ସମ୍ପୁର୍ଣ୍ଣ ଗୋଲ ହୁଏ ବା ପୂର୍ଣ୍ଣଚନ୍ଦ୍ର ହୁଏ, ସେ ଦିନ
ପୂର୍ଣ୍ଣିମା ବୋଲାଯାଏ ।ଯେଉଁ ଦିନ ଚନ୍ଦ୍ର ଏକା-