ପୃଷ୍ଠା:Barnabodha (1901).pdf/୪୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪୧

ବର୍ଣ୍ଣବୋଧ ।

ବେଳକେ ଦେଖାଯାଏ ନାହିଁ, ତାହାକୁ ଅମାବାସ୍ୟା କହନ୍ତି । ଚନ୍ଦ୍ରର
ନିଜର ଆଲୁଅ ନାହିଁ । ଯେଉଁ ଆଲୁଅକୁ ଜ୍ୟୋତ୍ସ୍ନା ବୋଲାଯାଏ ତାହା
ଚନ୍ଦ୍ର ସୂର୍ୟଠାରୁ ପାଏ । ଚନ୍ଦ୍ର ପୃଥିବୀ ଅପେକ୍ଷା କ୍ଷ୍ୟଦ୍ର । ଚନ୍ଦ୍ର ପୃଥିବୀର
ଚାରିଆଡରେ ମାସକେ ଥରେ ବୁଲେ ।
--- ।---
ସୂର୍ୟ ଯେଉଁ ଦିଗରେ ଉଁଏ, ତୁମ୍ଭେ ସେହି ଦିଗକୁ ଅନାଇଅଛ ।
ସେହିଦିଗ ପୁର୍ବଦିଗ । ତୁମ୍ଭର ଦକ୍ଷିଣହସ୍ତ ଦକ୍ଷିଣଦିଗକୁ ଅଛି, ବାମ
ହସ୍ତ ଉତ୍ତର ଦିଗକୁ ଅଛି, ତୁମ୍ଭର ପଛଆଡ ପଶ୍ଚିମ ଦିଗ ।
ତୁମ୍ଭେ ପଶ୍ଚିମଦିଗକୁ ଅନାଇ ଠିଆ ହେଲେ, ତୁମ୍ଭର ଦକ୍ଷିଣହସ୍ତ
କେଉଁଦିଗକୁ ହେବ > ତୁମ୍ଭେ ଦକ୍ଷିଣଦିଗକୁ ଅନାଇ ଠିଆହେଲେ,
ତୁମ୍ଭର ବାମହସ୍ତ କେଉଁଦିଗକୁ ହେବ ? ତୁମ୍ଭେ ଉତ୍ତର ଆଡକୁ
ଅନାଇଁ ଠିଆ ହେଲେ, ତୁମ୍ଭର ପିଠି କେଉଁ ଦିଗକୁ ରହିବ ?
---***---

  ଦିନ ରାତି ମିଶି ଦିବସ ଏକ । ସାତ ଦିବସରେ ସପ୍ତାହ ଲେଖ ।
  ସପ୍ତାହର ସାତବାରର ନାମ । ମନେ ସଦା ରଖିଥିବ ହେ ରାମ ।
        ରବି ପରେ ସୋମ, ତାପରେ ମଙ୍ଗଳ
            ତାପରେ ଯେ ବୁଧବାର ।
        ଗୁରୁ, ଶୁକ୍ର, ଶନି ଆସେ ତାହା ପରେ
             ସାତବାର ଏ ପ୍ରକାର ।
               ----୦୦୦----
         ପନ୍ଦର ଦିନକୁ ଏକ ପକ୍ଷ ବୋଲି
           ଦୁଇ ପକ୍ଷେ ଏକ ମାସ ।