ପୃଷ୍ଠା:Barnabodha (1901).pdf/୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୪

ବର୍ଣ୍ଣବୋଧ

ଅଳ୍ପକ୍ଷଣ ମଧ୍ୟରେ ମରି ଯିବେ । ମତ୍ସ୍ୟମାନଙ୍କର ପାଦ ନାହିଁ । ସେମାନଙ୍କ ଲାଞ୍ଜ ଓ ଡେଣା ଥିବାରୁ ସେମାନେ ଲାଞ୍ଜ ଓ ଡେଣା ସାହାଯ୍ୟରେ ସନ୍ତରନ କରନ୍ତି । ଅଧିକାଂଶ ମତ୍ସ୍ୟମାନଙ୍କ ଦେହରେ ଶଳ୍କ ବା କାତି ଥାଏ । ମତ୍ସ୍ୟମାନେ ଅଣ୍ଡ ବା ଡମ୍ବରୁ ଜାତ ।

ତୁମ୍ଭେ ମାହୁମାଛିମାନଙ୍କର ମହୁବସା ଦେଖିଛ କି ? ମହୁବସା

ଭିତରେ କ୍ଷୁଦ୍ର କ୍ଷୁଦ୍ର କେତେ
କୋଠରି ଅଛି । ସବୁ କୋଠରି-
ଗୁଡିକର ଆକାର ଓ ଆୟତନ
ସମାନ । ମହୁମାଛିମାନେ ପୁଷ୍ପମାନ-
ଙ୍କରୁ ମଧୁ ଆଣି ସେହି କୋଠରି-
ମାନଙ୍କରେ ମଧୁ ସଞ୍ଚୟ କରି ରଖନ୍ତି ।
ଦେଖ, କିପରି କୌଶଳରେ ମଧୁଚକ୍ର ବା ମହୁବସା ନିର୍ମିତ ହୋଇ-
ଅଛି । ମଧୁ ମିଷ୍ଟ ଓ ହିତକାରୀ । ମହୁମାଛିମାନେ ଅତ୍ୟନ୍ତ ପରିଶ୍ରମୀ ।
ମଧୁମକ୍ଷିକା ପରି ପରିଶ୍ରମ କର ଓ ସଞ୍ଚୟ କର ।

ଓଃ ଆଜି କାଲି ଚାରିଆଡେ ମାଛି ଭଣଭଣ ହେଉଅଛନ୍ତି । ଖାଇଲା

ବେଳେ ମାଛି, ଶୋଇଲା ବେଳେ ମାଛି, ମନୁଷ୍ୟକୁ
ବିରକ୍ତ କରୁଅଛନ୍ତି । ମାଛିକୁଧରିବା ସହଜ ନୁହେ ।
ତାହାର ଛାଟା ଗୋଡ, ଦୁଇଟା ଡେଣା ଏବଂ
ଅନେକ ଗୁଡାଏ ଚକ୍ଷୁ ଅଛି । ନକ୍ଷିକା ବା ମାଛି ଅତି-

ଶୟ ବେଶି ହେଲେ ବୁରକ୍ତି-କର ହୁଅନ୍ତି ସତ୍ୟ, କିନ୍ତୁ ସେମାନଙ୍କ
ଦ୍ୱାରା କେତେକ ଉପକାର ମଧ୍ୟ ସାଧିତ ହୁଏ । ସେମାନେ ଘର ଚାରି-
ଆଡେ ପଡିଥିବା ପଚା ସଢା ଦ୍ରବ୍ୟ ସବୁ ଖାଇ ପକାନ୍ତି । ସେମାନେ