ପୃଷ୍ଠା:Bhasa o Jatiyata.pdf/୧୦୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭାଷା ଓ ଜାତୀୟତା
 

(ମୁଖୋପାଧ୍ୟାୟ) । ମୁଖୁର୍ଯ୍ୟାଙ୍କ ଉକ୍ତ ବ୍ୟବହାର ଓ କାର୍ଯ୍ୟଧାରାକୁ ଲକ୍ଷ୍ୟକରି ଉକ୍ରଳ ୀପିକାର ସଂଖ୍ୟା-୩୦ ଓ ଭାଗ-୪(୨୭.୭.୧୮୬୯)ରେ ‘ରଙ୍ଗ ପ•ାନନ’ ଛ୍ମନାମରେ ଏକ ପତ୍ର କବିତା ଆକାରରେ ପ୍ରକାଶ ପାଇଲା । ଏହିପତ୍ର ବିରୁଦ୍ଧରେ ନିଜର ସମ୍ମାନହାନୀ କାରଣ ର୍ଶାଇ କ୍ଷତିପୂରଣ ପାଇଁ ଫୌଜାରୀ ଆଲତରେ ନାଲିଶ କରିଥିଲେ । ମାତ୍ର ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ୃଢବିଶ୍ୱାସ ହେବାରୁ ଏହାକୁ ରଦ୍ଧ କରି ବିଚାରପତି ଟି.ଏମ୍. କର୍କୁଡ୍ ସାହେବ ପତ୍ରିକାର ସଂପାକ ଗୌରୀଶଙ୍କର ରାୟଙ୍କୁ ଫୌଜାରୀ କାର୍ଯ୍ୟବିଧି ଆଇନ୍ ଫା ୨୫୦ଅନୁସାରେ ଛାଡ଼ି େଇଥିଲେ । ଏହି ବିଚାରର ବି ସ୍ତ ୃ ତ ବି ବ ରଣୀ ‘ଉକ୍ରଳୀପି କ ।’(ତା୭.୮.୬୯ସଂଖ୍ୟା)ରେ ‘ଆତ୍ମ ସ ମ୍ବା’ ଶିରୋନାମାରେ ପ୍ରକାଶ ପାଇଥିଲା । ଏଥିରେ ସଂପାକ ଲେଖିଥିଲେ - “ଶ୍ରୀଯୁକ୍ତ କର୍କୁଡ଼ ସାହେବ ଇଂରେଜଲୋକ ହୋଇ ଯେ ଉକ୍ରଳଭାଷା ରଚିତ ବ୍ୟଙ୍ଗାର୍ଥ ଘଟିତ ପତ୍ରର ଯଥାର୍ଥ ଭାବ ଏଡ଼େ ତାପôର୍ଯ୍ୟ ରୂପେ ବୁଝିପାରି ମକଦ୍ଧମାର ଯଥାର୍ଥ ବିଚାର କଲେ ଏହା ଅବଶ୍ୟ ଭାରି ପ୍ରଶଂସାର ବିଷୟ ଅଟଇ ଓ ଏଥିରୁ ବୋଧହୁଅଇ ଯେ ସେ (ରାଜକୃଷ୍ଣ ମୁଖୁର୍ଜ୍ୟା) ଶେୀୟ ଭାଷା ବୁଝିବା କାରଣ ସାମାନ୍ୟ ଯତ୍ନ କରିନାହାନ୍ତି । ଯାହାହେଉ ଶ୍ରୀଯୁକ୍ତ କର୍କୁଡ଼ ସାହେବ ମାଜିଷ୍ଟ୍ରେଟ୍ ଏ ମକଦ୍ଧମାର ଉଚିତ୍ ବିଚାର କରି ଉକ୍ରଳର ସର୍ବସାଧାରଣଠାରେ ଅଧିକ ଆୃତ ହୋଇଛନ୍ତି ।”

୧୮୬୬ ମସିହାର ନଅଙ୍କ ୁର୍ଭିକ୍ଷରେ ୁଇ ତୃତୀୟାଂଶ ଓଡ଼ିଆଙ୍କ ଅକାଳ ମୃତୁ୍ୟ ସହିତ ଯେଉଁ କେତେକ ବ•ôଥେô ଲ, ସେମାନଙ୍କ ଅର୍ଥନୈତକି , ସାମାଜିକ ଅ•ା ସଳଖ ନ ଥିବାରୁ ଏହି ଅନ୍ୟାୟର ତୀବ୍ର ପ୍ରତିବା ନ କରିବା୍ୱାରା ଚକ୍ରାନ୍ତକାରୀ ବଙ୍ଗାଳୀ ଅଧିକ ଉତ୍ସାହିତ ହୋଇ ଓଡ଼ିଆଭାଷା ଲୋପ କରି ବଙ୍ଗଳାଭାଷା ପ୍ରଚଳନ କରିବାପାଇଁ ନିଜ ହାତରେ ଥିବା ସମସ୍ତ କଳବଳ କୌଶଳକୁ ଲଗାଇ େଇଥିଲେ । ମାତ୍ର କର୍କୁଡ଼ ସାହେବଙ୍କ ଏହି ନ୍ୟାୟପ୍ରାନ ଫଳରେ ଢୋକେ ପିଇ ଣ୍ଡେ ଜିଇଁ ଜୁଳୁଜୁଳୁ ଚାହୁଁଥିବା ଓଡ଼ିଆଏ ନିଜ ଭାଷାକୁ ବ•ାଇବାପାଇଁ ଅ•ାଭିଡିÿ ବାହାରିଲେ । ଯିଓ ଏହି ପ୍ରତବି । ବିରାଟରୂପ ନେଇ ନ ଥିଲା, ତଥାପି ସେ ସମୟର ବଙ୍ଗାଳୀ ବୁଦ୍ଧିଜୀବୀ ଓ ନିରପେକ୍ଷ ଇଂରେଜ ପ୍ରଶାସକଙ୍କ ମସ୍ତିଷ୍କକୁ ଚହଲାଇ େଇଥିଲା । ଯାହାଫଳରେ ବଙ୍ଗଭାଷା ପ୍ରଚଳନ ସପକ୍ଷରେ ମତ ପ୍ରାନ କରିଥିବା ଶିକ୍ଷା ନିଦେ୍ର୍ଧଶକ ଅଟକିନ୍ସନଙ୍କ ପ୍ରସ୍ତାବ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ ତଥା ଓଡ଼ିଆଙ୍କ ଆବେନକୁ ସ୍ୱୀକାର କରି ଓଡ଼ଅି । ବି୍ୟାଳୟରେ ଶିକ୍ଷାସଂପର୍କୀତ ବହୁ ପ୍ରତକ୍ଷି ତି ଘୋଷଣାନାମା ୮.୧୧.୬୯ରେ ପ୍ରକାଶ କରିଥିଲେ । ଓଡିଶାର ବି୍ୟାଳୟରେ ସରକାର ପାଠ୍ୟପୁସ୍ତକ ସଂପର୍କରେ ମାର୍ଟିନ ‘ଝବଙ୍ଖର ଖବଦ୍ଭଶଙ୍କବଶରଗ୍ଦ’ପ୍ରସ୍ତାବ େଇଥିବାରୁ ଓଡ଼ିଆଛାତ୍ରମାନେ ଓଡ଼ିଆ ଭାଷାରେ ଅଧ୍ୟୟନ କଲାବେଳେ ବଙ୍ଗଳାଭାଷୀ ଛାତ୍ରମାନଙ୍କପାଇଁ ନିର୍ଦ୍ଧିଷ୍ଟ କିଛି ସୂଚନା ିଆଯାଇ ନ ଥିବାରୁ ଓଡ଼ିଶାର ବି୍ୟାଳୟମାନଙ୍କରେ ପଢ଼ୁଥିବା ବଙ୍ଗଭାଷୀ ବି୍ୟାର୍ଥୀ ବାଧ୍ୟହୋଇ ଓଡ଼ିଆଭାଷା ମାଧ୍ୟମରେ ଶିକ୍ଷା ଗ୍ରହଣକଲେ ।