ପୃଷ୍ଠା:Bhasa o Jatiyata.pdf/୧୦୩

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଭାଷାତ•୍ୱ ଓ ଜନମତ ଚାପ ପ୍ରୟୋଗକରି ସରକାରଙ୍କ ଘୋଷିତ ନୀତିରେ ସାମାନ୍ୟ ପରିବ•ର୍ନ କରିବା । ଯାହାର ସୁଯୋଗନେଇ ପୁଣିଥରେ ଓଡ଼ିଶାର ବି୍ୟାଳୟମାନଙ୍କରେ ବଙ୍ଗଳାଭାଷାର ପ୍ରଚଳନ ଓ ପ୍ରସାର ଘଟାଇ କାଳକ୍ରମେ ଶିକ୍ଷାବ୍ୟବସ୍ଥାକୁ ଆବୋରି ବସିବା । ମାତ୍ର ସତର୍କ ପ୍ରହରୀ ଉକ୍ରଳୀପିକା, ଗୌରୀଶଙ୍କରଙ୍କ ୃଢ ଉ୍ୟମ, ଜନବିମ୍ସ, ଭୂବେ ମୁଖୋପାଧ୍ୟାୟଙ୍କ ବଳିଷ୍ଠ ଯୁକ୍ତି ହିଁ କାନ୍ତିଚନ୍ଦ୍ରଙ୍କ ଭଳି ବଙ୍ଗାଳୀମାନଙ୍କ ଉ୍ୟମକୁ ୍ୱିତୀୟଥରପାଇଁ ବିଫଳ କରିଲୋ । ଓଡ଼ିଆଭାଷାର ପ୍ରାଚୀନତା ଓ ବଳିଷ୍ଠ ସାହିତି୍ୟକ କୃତିକୁ ଖେି ଏହିଭାଷାର ସ୍ୱାତନ୍ତ୍ର୍ୟକୁ ଇଂରେଜ ଗବେଷକ ସ୍ୱୀକାର କରିବା ସହ ଇଂରେଜ ସରକାର ୧୮୭୩ ବେଳକୁ ବଙ୍ଗଳାଭାଷା ଶିକ୍ଷାବ୍ୟବସ୍ଥା ଓଡ଼ିଶାମାଟିରୁ ସଂପୂର୍ଣ୍ଣରୂପେ ଉଠାଇେଲେ । ଫଳରେ ଓଡ଼ିଶାର ବି୍ୟାଳୟମାନଙ୍କରେ ଶିକ୍ଷାାନପାଇଁ ନିଯୁକ୍ତ ହୋଇଥିବା କାନ୍ତିଚନ୍ଦ୍ରଙ୍କ ଭଳି ବହୁ ବଙ୍ଗାଳୀ ପଣ୍ଡିତ ଓଡ଼ିଆଭାଷା ଶିଖିବାକୁ ବାଧ୍ୟହେଲେ । ଯେଉଁମାନେ ନ ଶିଖିଲେ ସେମାନେ ଓଡ଼ିଶାମାଟି ଛାଡ଼ି ଚାଲିଗଲେ । ଓଡ଼ିଶାର ଶିକ୍ଷିତବର୍ଗ ମଧ୍ୟ ଏହି ପ୍ରତିକୂଳ ସ୍ଥିତିରେ ସାମାନ୍ୟ ସଚେତନ ହୋଇ ଆଧୁନିକ ପାଠ୍ୟପୁସ୍ତକ ଓ ସାହିତ୍ୟ ସମ୍ଭାର ସୃଷ୍ଟିରେ ଲାଗିପଡ଼ିଲେ । ଯାହା୍ୱାରା ଖୁବ୍ ଅଳ୍ପିନ ଭିତରେ ଓଡ଼ିଆଭାଷା ଆଧୁନିକ ସାହିତ୍ୟ ବିଭବରେ ପୂର୍ଣ୍ଣହେବା ସହିତ ବିଶ୍ୱସାହିତ୍ୟ ସମକକ୍ଷ ହୋଇପାରିଲା । ନଅଙ୍କୁର୍ଭିକ୍ଷର ୁଃଖ ଓ ଯନ୍ତ୍ରଣାକୁ ଛାତିରେ ଚାପି ଓଡ଼ିଆପୁଅ ପାଇଥିବା ନୂତନ ବୌଦ୍ଧିକ ଭଣ୍ଡାରର ଗୁପ୍ତଧନ ସୁବିନିଯୋଗ କରି ସମଗ୍ର ଭାରତବର୍ଷରେ ନିଜର ସାମର୍ଥ୍ୟ ପ୍ରତିପାନ କରିବାରେ ସଫଳ ହୋଇପାରିଲା । ଏପରିକି ପାଠ୍ୟପୁସ୍ତକର ଅଭାବ ର୍ଶାଇ ଓଡ଼ିଶାମାଟିରୁ ଓଡ଼ିଆଭାଷାକୁ ଲୋପକରିବାର ଚକ୍ରାନ୍ତ କରୁଥିବା କେତେକ ମୁଷ୍ଟିମେୟ ବଙ୍ଗାଳୀଙ୍କ ମୁହଁ ବନ୍ଦ କରିବାପାଇଁ ପ୍ରଚୁର ସଂଖ୍ୟାରେ ଓଡ଼ିଆ ପୁସ୍ତକ ରଚନା ଓ ପ୍ରକାଶିତ ହେଲା । ସରକାରୀ ରିପୋର୍ଟରୁ ଜଣାପଡ଼େ ବିହାର-ଓଡ଼ିଶା ରାଜ୍ୟରେ ୧୯୧୬-୧୭ ମସିହାରେ ୧୬୯ଟି ହିନ୍ଦୀ ପୁସ୍ତକ ମୁ୍ରିତ ହୋଇଥିବା ବେଳେ ୩୭୮ଟି ଓଡ଼ିଆ ପୁସ୍ତକ ମୁ୍ରିତ ହୋଇଥିଲା । ଏହି ଅନୁସାରେ ପାଠକସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିଲା ।

୧୮୦୩ରୁ ସମଗ୍ର ଓଡ଼ଅି । ଅ•ଳରେ ଇଂରେଜ ଶାସନ ପ୍ରତଷ୍ଠି ।ଲାଭ କଲାପରେ ଆଇନ୍ ଓ ପ୍ରଶାସନର ଭାଷା ରୂପେ ପାର୍ଶୀ ଏବଂ ଓଡ଼ିଆକୁ ରଖିଥିବା ବେଳେ ୧୮୫୩ ପରେ ଧୀରେଧୀରେ ଇଂରାଜୀଭାଷା ପ୍ରଚଳନ କଲେ । ଏଥିପାଇଁ ଆଧୁନିକଶିକ୍ଷା ନାମରେ ଇଂରାଜୀଭାଷା ଶିକ୍ଷାର ଆବଶ୍ୟକ ଅଛି ବୋଲି କହି ଯେଉଁ ନୂତନ ଶିକ୍ଷାଧାରାର କ୍ଷୀଣ ସ୍ରୋତଟିଏ ପ୍ରବାହିତ ହେଲା, ତାହା ପରବ•ର୍ୀ କାଳରେ ଏଭଳି ବ୍ୟାପକ ରୂପ ଗ୍ରହଣ କରିନେଲା ଯେ, ଯୁଗଯୁଗ ଧରି ଓଡ଼ିଶାର ମାଟିବଂଶ ଅବଧାନଙ୍କ ହାତରେ ଥିବା ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ସମୂଳେ ଧ୍ୱଂସ ପାଇଗଲା । ଇଂରେଜ ପ୍ରଶାସନିକ ତଥ୍ୟ ଅନୁସାରେ ଇଂରେଜ ଶାସିତ ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ସର୍ବାଧିକ ଶିକ୍ଷିତ (ପ୍ରାୟ ୯୮ଭାଗ) ଜାତି ଇଂରେଜୀ ଶିକ୍ଷାଯୁକ୍ତ ଆଧୁନିକଶିକ୍ଷା ବିଷୟରେ ଅନଭିଜ୍ଞ ଥିବାରୁ ରାତାରାତି ଭାରତର ସବୁଠାରୁ ମୁର୍ଖଜାତି ଓ ଅଶିକ୍ଷତି ଅ•ଳର ମାନ୍ୟତା ପାଇଲା ।