ପୃଷ୍ଠା:Bhasa o Jatiyata.pdf/୧୦୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

କାର୍ଯ୍ୟରେ ପରିଣତ କରିବାପାଇଁ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ, ଅଠର ଓ ବାରମୁଠାର ସମସ୍ତ ରୟତ, କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜା, ମହୁରୀ,ସୁରଙ୍ଗୀ, ଜରଡା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି,ଚିକିଟି,ଜଳନ୍ତର, ମଞ୍ଜୁଷା, ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଂଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍‌ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆଭାଷା ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତ‌ତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତ‌ତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା ।

ସେହିପରି ୧୮୪୯ରେ ରାଜସ୍ୱ‌ତ୍ତ୍ୱଲୋପ ନୀତି ଅନୁସାରେ ସମ୍ବଲପୁର ରାଜ୍ୟ ଇଂରେଜ ଶାସନାଧୀନ ହେବାପରେ ଦକ୍ଷିଣପୂର୍ବ ସୀମାନ୍ତ ଏଜେନ୍ସି ଅନ୍ତର୍ଭୁକ୍ତ ହୋଇ ମୂଳ ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଗଲା । ୧୮୫୪ରେ ଏହି ଏଜେନ୍ସୀର ନାମକରଣ ଛୋଟନାଗପୁର ଡିଭିଜନ ହେବାପରେ ଏଜେନ୍ସିର କାର୍ଯ୍ୟାଳୟଭାଷା ଭାବେ ହିନ୍ଦୀକୁ ଲାଗୁ କରାଯିବାରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ହିନ୍ଦୀଭାଷା ପ୍ରଚଳନ ହେଲା । ତେବେ ୧୮୬୦ରେ ଏହି ଅଞ୍ଚଳ ଓଡ଼ିଶା ଡିଭିଜନ ମିଶିଯିିବାରୁ ଏଠାରେ ଓଡ଼ିଆଭାଷାର ପୁନଃପ୍ରଚଳନ ହେଲା । ଏପରିକି ୨ବର୍ଷ ପରେ ଅର୍ଥାତ୍ ୩୦ଅପ୍ରେଲ୧୮୬୩ରେ ଏହା ମଧ୍ୟପ୍ରଦେଶ ଡିଭିଜନରେ ମିଶି ଓଡ଼ିଶା ଡିଭିଜନଠାରୁ ଅଲଗା ହୋଇଗଲେ ମଧ୍ୟ ୧୮୯୪ ପର୍ଯ୍ୟନ୍ତ ଓଡ଼ିଆଭାଷାର ପ୍ରଚଳନ ଥିଲା । କିନ୍ତୁ ମଧ୍ୟପ୍ରଦେଶ ଚିଫକମିଶନର ଉଡ୍‌ବର୍ଣ୍ଣ୧ଜାନୁଆରୀ ୧୮୯୫ମସିହାରେ ହିନ୍ଦୀ ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ଏହାକୁ ମଧ୍ୟ ସମ୍ବଲପୁରର ଡେପୁଟି କମିଶନର ଚେପ୍‌ମେନ୍ ସମର୍ଥନ ଜଣାଇବାରୁ ୧ଜାନୁଆରୀ୧୮୯୬ଠାରୁ ହିନ୍ଦୀଭାଷାରେ ଅଦାଲତ ତଥା ଅନ୍ୟାନ୍ୟ କାର୍ଯ୍ୟ ପରିଚାଳିତ ହେଲା । ଅଥଚ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ନାଗପୁରରେ ମରାଠୀ ଓ ସିରୋ•ରେ ତେଲୁଗୁ ଭାଷା ପୂର୍ବପରି ଚାଲୁ ରହିଲା ।

ଏହି ନିଷ୍ପତ୍ତି ବିରୁଦ୍ଧରେ ୧୩ ଜୁନ୍ ୧୮୯୫ରେ ଧରଣୀଧର ମିଶ୍ରଙ୍କ ସଭାପତିତ୍ୱରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇ ସମ୍ବଲପୁରମାଟିରେ ଓଡ଼ିଆଭାଷା ସୁରକ୍ଷା ଆନ୍ଦୋଳନର ମୂଳଭିତ୍ତି ସ୍ଥାପନହେଲା । ଏହିସଭାର ପ୍ରସ୍ତାବକ୍ରମେ ବ୍ରଜମୋହନ ପଟ୍ଟନାୟକ, ମନମୋହନ ମିଶ୍ର, ବଳଭଦ୍ର ସୁଆର, ମହନ୍ତ ବିହାରୀ ଦାସ ନାଗପୁର ଯାତ୍ରାକରି ୫ଜୁଲାଇ ୧୮୯୫ରେ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ନିକଟରେ ଏଭଳି ଅନ୍ୟାୟ ନିଷ୍ପତ୍ତିର ପ୍ରତ୍ୟାହାରପାଇଁ