ପୃଷ୍ଠା:Bhasa o Jatiyata.pdf/୨୪

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୨୫
 

ଭାଷା ହେଉଛି ପାଲିଭାଷା । ଏହି ପାଲିଭାଷା ହେଉଛି ଗଙ୍ଗା-କୃଷ୍ଣା-ନର୍ମଦା-କଳିଙ୍ଗ ସାଗର ମଧ୍ୟସ୍ଥ ଭୂଭାଗରେ ବାସ କରୁଥିବା କଳିଙ୍ଗର ଜନସାଧାରଣଙ୍କ୍ୱାରା ସେ ସମୟର ପ୍ରଚଳିତ ମୁଖର ଭାଷା ବା କଳିଙ୍ଗ ପଲ୍ଲୀବାସୀଙ୍କ ଭାଷା ।

ବିଶ୍ୱର ବିଭିନ୍ନ ଇତିହାସକାର ଗବେଷକ ଓ ଭାଷାବିତ୍‌ଙ୍କ ବ୍ୟତୀତ ଆଉ ଏକ ସାଧାରଣ ଯୁକ୍ତି ହିଁ ପାଲିକୁ କଳିଙ୍ଗର ଭାଷା ବା ଓଡ଼ିଆଭାଷାର ପ୍ରାଚୀନରୂପ ଭାବେ ପ୍ରମାଣ କରିଥାଏ । ପାଲିଭାଷା ସମ୍ବନ୍ଧରେ ସର୍ବପ୍ରଥମେ ସିଂହଳ ଓ ଶ୍ୟାମଦେଶେରୁ ପ୍ରାପ୍ତ ବୌଦ୍ଧଗ୍ରନ୍ଥସୁ•ପୀଟକ, ବିନୟପିଟକ ଓ ଅଭିଧମ୍ମପୀଟକ ବା ତ୍ରିପିଟକରୁ ଜଣାପଡ଼େ । ସୂ• ଓ ବିନୟପିଟକ ଆନନ୍ଦ ଓ ଉପାଳି ନାମକ ବୁଦ୍ଧଙ୍କ ପ୍ରମୁଖ ଶିଷ୍ୟଦ୍ୱୟ ବୁଦ୍ଧଙ୍କ ମୃତ୍ୟୁପରେ ମଗଧରାଜ ଅଜାତଶତ୍ରୁଙ୍କ ପ୍ରୋତ୍ସାହନରେ ମହାକାଶ୍ୟପଙ୍କ ସଭାପତିତ୍ୱରେ ରାଜଗୃହଠାରେ ଖ୍ରୀଷ୍ଟପୂର୍ବ ୪୮୩ରେ ଅନୁଷ୍ଠିତ ପ୍ରଥମ ବୌଦ୍ଧ ମହାସଭାରେ ପାଠ ଓ ସଂକଳନ କରିଥିଲେ । ପରେ ‘ଅଭିଧର୍ମପିଟକ’ ପାଟଳୀପୁତ୍ରଠାରେ ଖ୍ରୀଷ୍ଟପୂର୍ବ ୨୫୧ରେ ଅନୁଷ୍ଠିତ ତୃତୀୟ ବୌଦ୍ଧ ମହାସଭାରେ ଥେରବାଦୀ ଦର୍ଶନତତ୍ତ୍ୱକୁ ନେଇ ସଂକଳିତ ହୋଇଥିଲା । ସଂକଳନ ସମୟରେ ଏହାର ଭାଷା ଓ ଲିପି କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମାତ୍ର ସିଂହଳ ଓ ଶ୍ୟାମ ଦେଶରୁ ଆବିଷ୍କୃତ ତ୍ରିପିଟକ ପାଲିଭାଷାରେ ରଚିତ ହୋଇଥିବାରୁ ଏହାର ଭାଷା ପାଲିବୋଲି କୁହାଯାଇପାରେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳିଙ୍ଗ ସହିତ ସିଂହଳ ଓ ଶ୍ୟାମଦେଶର ବାଣିଜ୍ୟିକ, ସାମାଜିକ ସାଂସ୍କୃତିକ ସମ୍ପର୍କ ଯେତେ ଘନିଷ୍ଠ ଭାବରେ ରହିଛି, ତାହା ଭାରତର ଅନ୍ୟକୌଣସି ରାଜ୍ୟ ସହିତ ନାହିଁ । ପୁନଶ୍ଚ ବୌଦ୍ଧଧର୍ମ ପ୍ରଚାରପାଇଁ ଅଶୋକ କଳିଙ୍ଗବାସୀଙ୍କୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବା ଫଳରେ ଏହା ଖୁବ୍‌ଶୀଘ୍ର କଳିଙ୍ଗର ସଂସ୍କୃତି ପ୍ରଭାବିତ ଅଞ୍ଚଳରେ ବ୍ୟାପି ଯାଇଥିଲା । କଳିଙ୍ଗବାସୀଙ୍କ୍ୱାରା ପ୍ରଚଳିତ ଧାର୍ମିକ ଭାବନା ନିଶ୍ଚିତଭାବେ ନିଜଭାଷାରେ ହିଁ ପ୍ରଚାର କରିଥିବେ ଏବଂ ବୁଦ୍ଧଙ୍କ ବାଣୀକୁ ନିଜଭାଷାରେ ଅନୁବାଦ କରି ଏହିସବୁ ଦେଶଗୁଡ଼ିକରେ ବିତରଣ କରିଥିବେ । ଯଦି ଏ ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ଶ୍ୟାମ ଓ ସିଂହଳରୁ ପ୍ରାପ୍ତ ତ୍ରିପିଟକଗ୍ରନ୍ଥ ନିଶ୍ଚିତ କଳିଙ୍ଗବାସୀଙ୍କ ଭାଷାରେ ରଚିତ ହୋଇଥିଲା । ଅର୍ଥାତ୍ ତ୍ରିପିଟକର ଭାଷା, ଅଶୋକ ଓ ଖାରବେଳଙ୍କ ଅଭିଲେଖ ପ୍ରମାଣିତ କରେ ଯେ, ପାଲି ହିଁ ପ୍ରାଚୀନ କଳିଙ୍ଗବାସୀଙ୍କ ମୁଖଭାଷା ।

ବିଶ୍ୱସ୍ତରରେ ବୌଦ୍ଧଧର୍ମ ପ୍ରଚାର କ୍ଷେତ୍ରରେ ମୁଖ୍ୟ ଭୂମିକା ନେଇଥିବା କଳିଙ୍ଗବାସୀଙ୍କର ଏହି ଭାଷା ପାଲି ପରବର୍ତ୍ତୀ କାଳରେ ବଞ୍ଚି ନ ପାରିବାର କାରଣ ହେଉଛି ପ୍ରଥମଶତାବ୍ଦୀବେଳକୁ କୁଷାଣ ଶାସନବେଳେ ସଂସ୍କୃତ ଭାଷା ବୌଦ୍ଧସାହିତ୍ୟର ଭାଷା ଭାବେ ସ୍ୱୀକୃତି ପାଇଲା । କନିଷ୍କଙ୍କ ପ୍ରୋତ୍ସାହନରେ ଓ ବସୁମିତ୍ରଙ୍କ ଅଧ୍ୟକ୍ଷତାରେ କୁଣ୍ଡଳବନଠାରେ ଅନୁଷ୍ଠିତ ଚତୁର୍ଥ ବୌଦ୍ଧମହାସଭାରେ ମହାଯାନପନ୍ଥୀଙ୍କ ଆବିର୍ଭାବ ଘଟିଲା ଓ କନିଷ୍କ ଏହି