ପୃଷ୍ଠା:Bhasa o Jatiyata.pdf/୫୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୫୩
 

ଦେଇପାରେ । ଓଡିଆରେ ଏହି କାରଣରୁ ଇନ୍ ଫିନିଟିଭ ବା ଭାବ ବଚନ ନାହିଁଁ । ଏହା ସୂଚୀତ କରୁଛି ଯେ, ଓଡିଆ ବ୍ୟାକରଣର ବିବର୍ତ୍ତନ ହୁଏତ ସାଧୁ (classical) ସଂସ୍କୃତ ବ୍ୟାକରଣଠାରୁ ଅଧିକ ପୁରାତନ ଏବଂ ଇଣ୍ଡୋ-ୟୁରୋପୀୟ ଭାଷାଗୋଷ୍ଠୀରେ ଏହାର ସାମ୍ୟ ଆମେ ପାଇବା ହୁଏତ କେବଳ ବୈଦିକ ସଂସ୍କୃତରେ, ଯେତେବେଳେ ସେ ଭାଷା କଥିତଭାଷା ଥିଲା । (ପୁରୀ ଜିଲ୍ଲା ଗେଜେଟିୟର, ପୃ-୭୫-୭୬) ।

ଲିପତିତ୍ତ୍ୱ ଦୃଷ୍ଟିରୁ ଓଡ଼ିଆଭାଷାର ପ୍ରାଚୀନତା ସମ୍ପର୍କରେ ଆଉ ଏକ ବଳିଷ୍ଠ ପ୍ରମାଣ ହେଲା ଏଠାରୁ ଉଭୟ ଚିତ୍ରଲିପି ଏବଂ ଖୋଦିତ ଲିପି ମିଳିଛି । ସମଗ୍ର ଭାରତରେ ଏ ପର୍ଯ୍ୟନ୍ତ ଓଡ଼ିଶାରୁ ସର୍ବାଧିକ ଗୁମ୍ଫା ଚିତ୍ରଲିପି ଆବିଷ୍କାର କରାଯାଇଛି । ଏଠାରେ ଥିବା ୫୫ଟି ଗୁମ୍ଫାଚିତ୍ର ମଧ୍ୟରୁ ବିକ୍ରମଖୋଲରୁ ଆବିଷ୍କୃତ ଖୋଦିତ ଲିପି ଏ ପର୍ଯ୍ୟନ୍ତ ପାଠ ହୋଇପାରି ନ ଥିବାବେଳେ ବିଶିଷ୍ଟ ଐତିହାସିକ ଜୟସ୍ୱାଲ ଏହାକୁ ବ୍ରାହ୍ମୀ ପୂର୍ବବର୍ତ୍ତୀ ଅବସ୍ଥା ବୋଲି ମତ ଦେଇଛନ୍ତି । ନୂଆପଡ଼ାର ଯୋଗୀମଠ ପାହାଡ଼ରେ ଅଙ୍କିତ ଚିତ୍ରଲିପିରେ ଜଣେ ମଣିଷ ସହ କିଛି ଗୃହପାଳିତ ପଶୁ ଏବଂ କିଛି ଅକ୍ଷର ଲେଖାଯାଇଛି । ଏହି ଅକ୍ଷର ପ୍ରାଚୀନ ବ୍ରାହ୍ମୀଲିପି ସହ ସମତା ରଖୁଥିବାରୁ ଏହା ବ୍ରାହ୍ମୀ ପୂବର୍ବର୍ତ୍ତୀ ଲିପି ଓ ଲିପତିତ୍ତ୍ୱବି ଏହାକୁ ‘ଗିଠ’ ବା ଆଧୁନିକ ଅର୍ଥରେ ଗୋଠ ଭାବରେ ପାଠ କରିଛନ୍ତି । ଏହି ଲିପିର ସମୟ ପ୍ରାୟ ୫,୦୦୦ ବର୍ଷର ହୋଇଥିବାବେଳେ ଏହାର ପରବର୍ତ୍ତୀକାଳୀନ ଖୋଦିତ ଲିପି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ଅଭିଲେଖ ମାଧ୍ୟମରେ ଦେଖିବାକୁ ମିଳୁଛି, ଯାହା ଓଡ଼ିଆ ଲିପି ଓ ଭାଷାର କ୍ରମବିକାଶ ସ୍ତରକୁ ସୂଚାଏ । ଏଭଳି ଦୃଢ଼ ପ୍ରମାଣ ଭାରତର ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳି ନ ଥାଏ । ସଂସ୍କୃତଠାରୁ ପ୍ରାଚୀନ ଏବଂ ସ୍ୱତନ୍ତ୍ର ବୋଲି ପ୍ରମାଣ କରିଥିବା ତାମିଲଭାଷାର ଏଭଳି ପୁରାତନ ଲିପି ନାହିଁ । ଦକ୍ଷିଣ ଭାରତର ସିଦ୍ଧିପୁର, ଜଟିଂ, ରାମେଶ୍ୱର, ବ୍ରହ୍ମଗିରି, ମାସ୍କୀ, ୟେରାଗୁଡ଼ି, ରଜୁଲ୍ ମନ୍ଦଗିରିରୁ ମିଳିଥିବା ବ୍ରାହ୍ମୀଲିପିରେ ଖୋଦିତ ଅଶୋକଙ୍କ ଏହି ଶିଳାଲେଖକୁ ଯଦିଓ ଦକ୍ଷିଣ-ଭାରତୀୟ ଭାଷାର ପାଠାନ୍ତର କୁହାଯାଉଛି, ମାତ୍ର ଏଥିରେ ସେହି ଅଞ୍ଚଳର ଭାଷା, ସଂସ୍କୃତି ଅପେକ୍ଷା ମହାଭାରତୀୟତାର ସୂଚନା ମିଳେ । ସେହିପରି ଦାକ୍ଷିଣାତ୍ୟର କେତେକ ଗୁମ୍ଫାରୁ ମିଳିଥିବା ସଂକ୍ଷିପ୍ତ ଶିଳାଲେଖର ଲିପି ବ୍ରାହ୍ମୀ ଓ ଏଗୁଡ଼ିକ ବୌଦ୍ଧଧର୍ମ ସଂପର୍କୀତ । ଅଥଚ ଏହି ସମସ୍ତ ଶିଳାଲେଖ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପାଠ ହୋଇପାରି ନାହିଁ । କେବଳ ଦ୍ରାବିଡ଼ ବର୍ଣ୍ଣମାଳାର ‘ଡ, ଲ୍ଲ, ଣ’ ଆଦି ବର୍ଣ୍ଣକୁ ଆଧାର କରି ଆନୁମାନିକ ଭାବେ ଏହାକୁ ପଢ଼ିବାକୁ ଚେଷ୍ଟା କରାଯାଉଛି । ପର୍ବତ ଓ ବଣ ମଧ୍ୟରେ ଏକାନ୍ତ ନିର୍ଜ୍ଜନ ସ୍ଥାନରେ ତପସ୍ୟା କରୁଥିବା ସନ୍ନ୍ୟାସୀଙ୍କୁ ଦାନଦେବା ଉଦ୍ଦେଶ୍ୟରେ ଜଣେ ମହିଳା, ବ୍ୟବସାୟୀ (ବାଣୀକର), କରଣ ଜାତିର ଜଣେ ସଦସ୍ୟ, ଲଙ୍କାର ଜଣେ କୃଷକ (କୁଟୁମ୍ବିକା)ଙ୍କଦ୍ୱାରା ଖୋଦିତ ଏହି ସଂକ୍ଷିପ୍ତ ଶିଳାଲେଖ ସିଂହଳରୁ ପ୍ରାପ୍ତ ଶିଳାଲେଖ ଅନୁରୂପ । ଅର୍ଥାତ ପ୍ରାଚୀନ ସିଂହଳର ପାଲିଲିପି ସହ ସାମ୍ୟ ରଖିଥିବା ଏହିସବୁ ଶିଳାଲେଖ ତାମିଲ ଅଞ୍ଚଳରୁ ମିଳିଥିବାରୁ ଏହାର ଭାଷା ଓ ଲିପିକୁ ତାମିଲ ବୋଲି କେବଳ ଆନୁମାନିକ ଢଙ୍ଗରେ ଗ୍ରହଣ କରାଯାଇପାରେ । ଆମେ ଭୁଲିଯବା