ପୃଷ୍ଠା:Bhasa o Jatiyata.pdf/୫୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୫୭
 

ମିଶ୍ରିତ) ଦେଖିବାକୁ ମିଳେ । ସର୍ବାଧିକ ପ୍ରଶାସନିକ ଭାଷା ଭାବେ ବ୍ୟବହୃତ ସଂସ୍କୃତ କୁଶାଣ ଶାସନ ସମୟରୁ ଓଡ଼ିଶାର ଶାସନ ଭାଷା (ମୁସଲମାନ ଶାସନ କାଳରେ ପାର୍ଶୀ ଓ ବର୍ତ୍ତମାନର ଇଂରାଜୀ ଭାଷା ପରି) ହୋଇ ପଡ଼ିବାରୁ ଧୀରେଧୀରେ ସାଧାରଣ ଓଡ଼ିଆଙ୍କଦ୍ୱାରା ବ୍ୟବହୃତ ମୂଳ ଗ୍ରାମାଞ୍ଚଳ ଓଡ଼ିଆ ବା ପଲ୍ଲୀ (ପାଲି) ଶବ୍ଦର ଉଚ୍ଚାରଣ ଓ ଲିଖନରେ ପରିବତ୍ତର୍ନ ଘଟି ରାଜଭାଷା ସଂସ୍କୃତ ପ୍ରଭାବିତ ନୂଆ ଓଡ଼ିଆଶବ୍ଦ ସୃଷ୍ଟି ହେଲା । କପିଳେନ୍ଦ୍ରଦେବଙ୍କ ଭଳି ଓଡ଼ିଆରାଜାଙ୍କ ହାତକୁ ଶାସନ କ୍ଷମତା ଆସିବାପରେ ଓଡ଼ିଆଭାଷା ସ୍ୱୟଂସଂପୂର୍ଣ୍ଣ ରୂପ ପାଇବା ସହ ସାରଳା, ବଳରାମ, ଜଗନ୍ନାଥ, ଉପେନ୍ଦ୍ର, ଅଭିମନ୍ୟୁୟଙ୍କ ଭଳି କୃତୀସନ୍ତାନଙ୍କ ହାତରେ ନୂଆନୂଆ ଶବ୍ଦଗଠନ ପୂର୍ବକ ସଂସ୍କୃତ ସମାନ ବିପୁଳ ସାହିତ୍ୟିକ ସମ୍ଭାର ସୃଷ୍ଟିହୋଇ ଏହାର ମର୍ଯ୍ୟାୁଦା ବୃଦ୍ଧିପାଇଲା । ତେଣୁ ଓଡ଼ିଆଭାଷାର ଯଦିଦୃଢ଼ ଭିତ୍ତିଭୂମି ନ ଥାଆନ୍ତା, ହଠାତ୍ ଏଭଳି ସାହିତ୍ୟ ଆତ୍ମପ୍ରକାଶ କରିପାରିଥାନ୍ତା କି ? କପିଳେନ୍ଦ୍ର ପ୍ରମାଣ କରିେଲେ ଯେ, ଓଡ଼ିଆଙ୍କଦ୍ୱାରା କେବଳ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟିବ ନାହିଁ, ବରଂ ଓଡ଼ିଆ ଭାଷା, ସାହିତ୍ୟର ମଧ୍ୟ ଭୂୟୋବିକାଶ ଘଟିବ ।

୨)କ୍ରମବର୍ଦ୍ଧିଷ୍ଣୁ ଓଡିଆ ସାହିତ୍ୟ ରଚନା ପରମ୍ପରା

ଓଡ଼ିଆଜାତି ସଂପର୍କରେ ସର୍ବପ୍ରାଚୀନ ପ୍ରମାଣ ଭାବେ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ ଗ୍ରନ୍ଥ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ)କୁ ଗ୍ରହଣ କରାଗଲେ ମଧ୍ୟ ଓଡ଼ିଆଭାଷାର ଏ ପର୍ଯ୍ୟନ୍ତ ଆବିଷ୍କୃତ ସର୍ବପ୍ରାଚୀନ ଲିଖିତ ରୂପ ଧଉଳି ଓ ଜଉଗଡ଼ଠାରେ ମଗଧ ସମ୍ରାଟ ଅଶୋକଙ୍କଦ୍ୱାରା ସ୍ଥାପିତ ଦୁଇଟି ବୃହତ ଶିଳାଲେଖରେ ସ୍ଥାନ ପାଇଥିଲା । କିନ୍ତୁ ଏହି ଦୁଇଟି ଶିଳାଲେଖ ରାଜାଶେ ବହନ କରିଥିବାରୁ ଏହାକୁ ଓଡ଼ିଆ ସାହିତ୍ୟ ଅପେକ୍ଷା କେବଳ ଓଡ଼ିଆ ଭାଷା ଓ ଲିପିର ଆନ୍ୟ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ଏହାପର ଶିଳାଲେଖଟି ହେଉଛି ‘ହାତୀଗୁମ୍ଫା ଶିଳାଲେଖ’ । ଯେହେତୁ ଏହି ଶିଳାଲେଖରେ ଲେଖକଙ୍କ ନାମୋଲ୍ଲେଖ ନାହିଁ, ତେଣୁ ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି ଭାବେ ହାତୀଗୁମ୍ଫା ଶିଳାଲେଖକୁ ନେଇପାରିବା । ଆଜି ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ଯେ ଓଡ଼ିଆଜାତି ସମଗ୍ର ଭାରତବର୍ଷକୁ କେବଳ ବାଣିଜି୍ୟକ କଳା ଶିଖାଇନାହିଁ, ବରଂ ଭାରତର ପ୍ରଥମ ଲେଖକଜାତି ଭାବରେ ପଥର ଦେହରେ ସାହିତ୍ୟ ସୃଷ୍ଟିକରି ପରବର୍ତ୍ତୀ ଶାସକଙ୍କ ପଥ ପ୍ରଦର୍ଶକ ସାଜିଛି । ଯଦିଓ ଖାରବେଳଙ୍କ ପୂର୍ବରୁ ଅଶୋକଙ୍କ ବହୁ ଶିଳାଲେଖ ଦେଖିବାକୁ ମିଳେ; ମାତ୍ର ସେସବୁ ଅଶୋକଙ୍କ ନିର୍ଦ୍ଦେଶ କଠୋର, ରୁକ୍ଷ କିମ୍ବା କଥନ ଶୈଳୀରେ ରଚିତ, ହାତୀଗୁମ୍ଫା ଶିଳାଲେଖ ପରି କାନ୍ତକୋମଳ ଲାଳିତ୍ୟ ସାହିତ୍ୟିକ ଭାଷାରେ ନୁହେଁ । ଏହି ଶିଳାଲେଖର ବୈଶିଷ୍ଟ୍ୟ ହେଲା ସଂସ୍କୃତ କାବ୍ୟ ରଚନାପାଇଁ ଅନୁସୃତ ନିୟମାନୁସାରେ ରଚିତ । ଯଥା-

“ସଦ୍ ବଂଶଃ କ୍ଷତ୍ରିୟୋ ବାଽପି ଧୀରୋଦାତ୍ତଃ ଗୁଣାନ୍ୱତିଃ ।
ଏକବଂଶଭବା ଭୂପାଃ କୁଳଜା ବହବୋଽପି ବା ॥
ଶୃଙ୍ଗାରବୀରଶାନ୍ତାନାମେକୋଽଙ୍ଗୀ ରସ ଇଷ୍ୟତେ ।