ପୃଷ୍ଠା:Bhasa o Jatiyata.pdf/୭୪

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

(ଖବରକାଗଜ, ବେତାର ଓ ୂ ର ର୍ଶ ନ ) ସମ୍ବା, ମନୋରଞ୍ଜନ, ଆଲୋଚନାି ପ୍ରସାରଣବେଳେ ଅବୁଝା ହିନ୍ଦୀ ବା ଇଂରାଜୀର ବ୍ୟବହାର ଓଡ଼ିଆଭାଷା ହତ୍ୟାର ଏକ ମାଧ୍ୟମ ପାଲଟିଯାଇଛି । ଗଣମାଧ୍ୟମରୁ ଲୋକେ ବହୁକଥା ଶିଖନ୍ତି, ସିଧାସଳଖ ପ୍ରଭାବିତ ହୁଅନ୍ତି । ଆମ ଗଣମାଧ୍ୟମଗୁଡ଼ିକ ହେଉଛନ୍ତି ସ୍ୱେଚ୍ଛାଚାରୀ ମାଧ୍ୟମ । ଯେଉଁ ଯୁବକଯୁବତୀ ଅନର୍ଗଳ ହିନ୍ଦୀ ବା ଇଂରାଜୀ କହୁଛନ୍ତି, ସେମାନେ ଅନର୍ଗଳ ଓଡ଼ିଆ କହିବାକୁ କ’ଣ ଅସମର୍ଥ? ଏମିତି ନୁହେଁ ଯେ ସେମାନେ କହୁଥିବା ଇଂରାଜୀ/ହିନ୍ଦୀର ଓଡ଼ିଆଶବ୍ଦ ନାହିଁ । ଅଥଚ ଏମାନେ ଏହିଶବ୍ଦ ପ୍ରୟୋଗ କରନ୍ତିନାହିଁ, ବରଂ ସୁନ୍ଦର ଓଡିଆଶବ୍ଦର ବିକୃତ ଉଚ୍ଚାରଣ କରିବାକୁ ଲଜ୍ଜିତ ମନେକରନ୍ତି ନାହିଁ, କିମ୍ବା କେହି ଏହାର ବିରୋଧ କରନ୍ତିନାହିଁ ।

ଏବେ ଅଧିକାଂଶ ଓଡ଼ିଆ ଗଣମାଧ୍ୟମରେ ଓଡ଼ିଆଭାଷାର ଶୁଦ୍ଧ ଓ ଉପଯୁକ୍ତ ଶବ୍ଦ ସଂଯୋଜନା ପ୍ରତି ଧ୍ୟାନ େଉନାହାନ୍ତି । ଅଭିଯୋଗ କଲେ ଉ•ର ମିଳେ- ଲୋକ ଯାହା ବୁଝିପାରିବେ ସେହି ଶବ୍ଦ ବ୍ୟବହାର କରୁଛୁ । ଭାଷାର ସୁରକ୍ଷା ଓ ମୌଳିକତା ଗଣମାଧ୍ୟମର ପ୍ରଥମ ।ୟିତ୍ୱ ବା କ•ର୍ବ୍ୟ ନୁହେଁ ବୋଲି ଏମାନେ ଯୁକ୍ତି କଲାବେଳେ ଭୁଲିଯାଆନ୍ତି ଯେ ଭାଷାକୁ କର୍ଥ କରିବାର ଅଧିକାର ଗଣମାଧ୍ୟମର ନାହିଁ । ଆମଭାଷାରେ ଅନେକ ସୁନ୍ଦର ଓଡ଼ିଆଶବ୍ଦ ଥିଲେ ମଧ୍ୟ ଏହା ବଳରେ ଉଦେ୍ଧଶ୍ୟମୂଳକ ଭାବେ ହିନ୍ଦୀ ଓ ଇଂରାଜୀ ଶବ୍ଦ ବ୍ୟବହାର କରାଯାଉଛି । ଅନେକ ସମୟରେ ଯେଉଁ ଅଣଓଡ଼ିଆ ଶବ୍ଦ ବ୍ୟବହାର କରାଯାଉଛି ତାହାର ଓଡ଼ିଆ ଅର୍ଥ ଭିନ୍ନ ଓ ଅବୋଧ୍ୟ ହେଉଛି । ଆମର ଗୋଟିଏଗୋଟିଏ ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି, ତାହାକୁ ବ୍ୟବହାର କରାଯାଉନାହିଁ । ପୁଣି ବେଳେବେଳେ ଓଡ଼ିଆ ଓ ହିନ୍ଦୀ ମିଶା ଅଦ୍ଭୁତଶବ୍ଦ ବ୍ୟବହାର କରାଯାଉଛି, ଯାହା ବୁଝବ ି । କଷ୍ଟ । ତଥାପି ବ•ର୍ମାନର ପିଢ଼ୀ ଏହି ଶବ୍ଦ ବ୍ୟବହାର ପ୍ରତି ଅଧିକ ଗୁରୁତ୍ୱ େଉଛନ୍ତି । ଏମାନେ ବୁଝିପାରୁ ନାହାନ୍ତି ଗଢ଼ିବାର ବିପରୀତ ଶବ୍ଦ ‘ତୋଡ଼ିବା’ନୁହେଁ । ‘ଭାବୁଛି’ ଶବ୍ଦକୁ ‘ଶୋଚୁଛି’ କହିବାର ଅର୍ଥ କ’ଣ?

ଏବେ ମନୋନୟନ ବା ବାଛିବା ଶବ୍ଦ ପରିବେ•ର୍ ପ୍ରାୟତଃ ‘ଚୟନ’ ଶବ୍ଦ ବ୍ୟବହାର ହେଉଛି । ଓଡ଼ିଶା ସରକାର ମନୋନୟନ ବଳରେ ଆଉ ଏକ ବିକୃତ ଶବ୍ଦ ‘ପ୍ରବରଣ’ ବ୍ୟବହାର କରୁଛନ୍ତି । ଯେପରି ‘ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍’ର ଓଡ଼ିଆ ଅନୁବା ‘ଓଡ଼ ି ଶ । କର୍ମ ଚ ।ରୀ ପ୍ର ବ ରଣ ଆୟୋଗ’ ଉଲ୍ଲେ ଖ କରାଯାଇଛି । ଓଡ଼ ି ଅ ।ଭାଷାରେ ‘ଚୟନ’ଶବ୍ଦର ଅର୍ଥ ‘ସଂଗ୍ରହ’, ‘ମନୋନୟନ’ନୁହେଁ । ସେହିଭଳି ‘ଲଗାତର’ ବା ‘ଲଗାାର’ ଶବ୍ଦ ଓଡ଼ିଆର ‘କ୍ରମାଗତ’ ଶବ୍ଦଟିକୁ ଲୋପ କରିସାରିଲାଣି । ସମ୍ମତି, ମତୈକ ସ୍ଥାନରେ ସହମତି ବା ସହମତ ଶବ୍ଦ, ଭରପୂର ସ୍ଥାନରେ ଖଚାଖଚ, ଅମୀମାଂସିତ ସ୍ଥାନରେ ବରାବର, ଲଗାଣ ସ୍ଥାନରେ ଲଗାତାର, ଭଲରେ ସ୍ଥାନରେ ଭଲ୍ସେ, ଏମିତି ଅନେକ ହିନ୍ଦୀ ଓ ବିକୃତ ହିନ୍ଦୀ ଶବ୍ଦ ଆମ ଭାଷାଭଣ୍ଡାରକୁ ପ୍ରୂଷିତ କରୁଛି । ସହମତ ଶବ୍ଦ ଓଡ଼ିଆରେ ନାହିଁ, ଯାହାର ଅର୍ଥ ଏକମତ । ।ନ ଓ ହଡ଼ପ ଶବ୍ଦର ଓଡ଼ିଆ ଅର୍ଥ ଅଗ୍ରୀମ ବା ବହିନା ବା ବଟୁଆ । ଏହାର ବ୍ୟବହାର ସମୟରେ ଗଣମାଧ୍ୟମଗୁଡ଼ିକ ସାମାନ୍ୟ ସତର୍କତା ଅବଲମ୍ବନ ନ କରିବାରୁ ଅର୍ଥ ବଳି ଯାଉଛି । ଅଗ୍ରୀମ ନେଇ କାମ କରିବାକୁ ଯାଉଥିବା ଶ୍ରମିକଙ୍କୁ