ପୃଷ୍ଠା:Bhasa o Jatiyata.pdf/୭୫

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ାନଶ୍ରମିକ କୁହାଯାଏ । ‘ାନ ଶ୍ରମିକ ନିଖୋଜ’ ବଳରେ ‘ାନ ନିଖୋଜ’ ଲେଖାଗଲେ ଏହା ଭିନ୍ନଅର୍ଥକୁ ବୁଝାଉଛି । ସେହିପରି ଟଙ୍କା ହଡ଼ପ, ଜମି ହଡ଼ପ ଲେଖି ହିନ୍ଦୀର ହଡ଼ପ ଶବ୍ଦର ବହୁଳ ବ୍ୟବହାର ଜରିଆରେ ଏମାନେ ଓଡ଼ିଆ ‘ଆତ୍ମସାତ’ ଶବ୍ଦକୁ ଲୋପ କରି ସାରିଲେଣି । ଓଡ଼ିଆ ଗଣମାଧ୍ୟମରେ ବହୁଳ ବ୍ୟବହୃତ ‘ମରଣାନ୍ତକ’ ଶବ୍ଦର ପ୍ରକୃତ ଅର୍ଥ ହେଲା - ଯାହାର ଅନ୍ତ ବା ଶେଷ ପରିଣତି ହେଉଛି ମରଣ । ଅଥଚ ଏହି ଶବ୍ଦକୁ ଏମାନେ ପ୍ରଚଣ୍ଡ ବା ଜଘନ୍ୟ ଅର୍ଥରେ ପ୍ରୟୋଗ କରନ୍ତି । ଯଥା- ‘ମରଣାନ୍ତକ ଆକ୍ରମଣରେ ଯୁବକ ଗୁରତୁ ର’ । ଏବେ ଓଡ଼ଅି । ଗଣମାଧ୍ୟମ ଠପ୍, ହମଲା, ଲାପ•ା, ସନ୍ତୁଳନ, ପାରିତ୍ ଏପରି ଅନେକ ହିନ୍ଦୀଶବ୍ଦ ବ୍ୟବହାର କରୁଛନ୍ତି । ସନ୍ତୁଳନର ଓଡ଼ିଆ ଅର୍ଥ ‘ସନ୍ତୁଳି ହେବା’; କିନ୍ତୁ ଆମ ଗଣମାଧ୍ୟମ ତାହାକୁ ସମତା ଓ ଭାରସାମ୍ୟ ଅର୍ଥରେ ବ୍ୟବହାର କରୁଛନ୍ତି । ିନଥିଲା ଓଡ଼ିଆଭାଷାର ଶୁଦ୍ଧ ପ୍ରୟୋଗ ସଂପର୍କରେ ଖବରକାଗଜକୁ ୃଷ୍ଟାନ୍ତରୂପେ ଗ୍ରହଣ କରାଯାଉଥିଲା । ଓଡ଼ିଆ ଗଣମାଧ୍ୟମ ମଧ୍ୟ ମାତ୍ରାୋଷକୁ କିଛି ସହି ଯେଉଁଠି ଶବ୍ଦ ମିଳୁ ନ ଥିଲା ସେଠାରେ ଇଂରାଜୀ ବା ସଂସ୍କୃତ ଶବ୍ଦ ବ୍ୟବହାର କରୁଥିଲା । ମାତ୍ର ଏବେ ବାଛବିଚାର ନାହିଁ । ନିଜ ଅଜ୍ଞତାକୁ ଘୋଡ଼େଇ ଏମାନେ ଯୁକ୍ତି କରୁଛନ୍ତି ଯେ ନୂତନଶବ୍ଦର ବ୍ୟବହାର ଓଡ଼ିଆ ଶବ୍ଦଭଣ୍ଡାରକୁ ରୁଦ୍ଧିମନ୍ତ କରିବ । ନୂଆଶବ୍ଦର ବ୍ୟବହାର ନ କଲେ ଭାଷା ବଢ଼ିବ ନାହିଁ, ବରଂ ସଂକୁଚିତ ହେବ । ଏହା ସଂପୂର୍ଣ୍ଣ ଭୁଲକଥା । ଯେଉଁଠି ଓଡ଼ିଆଶବ୍ଦ ନାହିଁ ସେଠି ନୂଆଶବ୍ଦ ବ୍ୟବହାର ହେଉ, କାହାରି ଆପ•ିନାହିଁ । ଯେଉଁ ଓଡ଼ଅି ।ଶବ୍ଦ ଅଛି ସେଠି ଅନ୍ୟଭାଷାର ଶବ୍ଦକୁ ଜବରସ୍ତ ବ୍ୟବହାର କଲେ ଆମଭାଷା ବଢ଼ିବ ନାହିଁ, ବରଂ ବୁଡ଼ିବ ।

୯. ଓଡ଼ିଆଭାଷାରେ ଜୀବିକାର୍ଜନ ଶକ୍ତିର ଅଭାବ : ଓଡ଼ିଆ ପଢ଼ିଲେ ଚାକିରି ନାହିଁ- ଏଭଳି ଧାରଣା ବ•ର୍ମାନ ଆମ ଶିକ୍ଷିତ ସଂପ୍ରାୟଙ୍କ ମଗଜରେ ବଳବ•ର ହୋଇରହିଛ ।ି ଏହିଧାରଣା ଧୀରେଧୀରେ ସ୍ୱଳ୍ପଶିକ୍ଷତି କିମ୍ବା ଅଶିକ୍ଷତି , ସ୍ୱଚ୍ଛଳ ଓଡ଼ଅି । ପରିବାରର ମାନସିକତାକୁ ଆବୋରି ସାରିଲାଣି । ଅଥଚ ବ•ର୍ମାନର ବିଜ୍ଞାନଯୁଗରେ ଓଡ଼ିଆଭାଷା କିପରି ଜୀବିକାର୍ଜନର ମାଧ୍ୟମ ପାଲଟିବ, ସେ କଥା କେହି ବିଚାର କରୁନାହାନ୍ତି । ବିଜ୍ଞାନ, କାରିଗରୀ, କମ୍ପୁ୍ୟଟର, ଇ•ରନେଟ୍ ଆିରେ ଓଡ଼ିଆଭାଷା ବ୍ୟବହାର ହେଲେ ଓଡ଼ିଆପଢ଼ି ତା’ର ବିନିଯୋଗ କରାଯାଇପାରନ୍ତା । ଓଡ଼ିଆଭାଷା ହୁଅନ୍ତା ଉପାର୍ଜନକ୍ଷମ । ମାତ୍ର ତାହା ବି ଏପର୍ଯ୍ୟନ୍ତ ଓଡ଼ିଶାରେ ହେଲାନାହିଁ । ଶିକ୍ଷାକ୍ଷେତ୍ରରେ ପ୍ରଥମରୁ ସ୍ନାତକ ଶ୍ରେଣୀଯାଏ ଇଂରାଜୀ ହୋଇଯାଇଛି ଶିକ୍ଷାର ମାଧ୍ୟମ । କଲେଜସ୍ତରରେ ଓଡ଼ିଆ ମାଧ୍ୟମ ପ୍ରଚଳିତ ହୋଇଥିଲେ ମଧ୍ୟ ସେଥିପ୍ରତି ଆରନାହିଁ । କାରଣ ଓଡ଼ିଶାରେ ଚାକିରିପାଇଁ ସରକାରୀସ୍ତରରେ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାରେ ଓଡ଼ିଆଭାଷା ଏକ ମାଧ୍ୟମ ଭାବେ ଏପର୍ଯ୍ୟନ୍ତ ଗୃହୀତ ହୋଇପାରିନାହିଁ । ଇଂରାଜୀ ସବୁଠି ବାଧ୍ୟତାମୂଳକ । ଏବେ +୨ ସ୍ତରରେ ବ•ର୍ମାନ ଅପ୍ରଚଳିତ ସଂସ୍କୃତକୁ ମାତୃଭାଷା ଓଡ଼ଅି ।ର ବିକଳ୍ପରେ ପଢ଼ାଯିବାର ବ୍ୟବସ୍ଥା ହେଲାଣି । ଏହାର ଅର୍ଥ ଓଡ଼ିଶାରେ ଜନ୍ମ ହୋଇ ତା’ର ପାଣିପବନରେ ବଢ଼ି ଉଚ୍ଚଶିକ୍ଷିତ ହୋଇ ବାହାରିବା ବ୍ୟକ୍ତିଟିଏ ଓଡ଼ିଆ ଜାଣି ନ ଥିବ । ଏହାଠାରୁ ଲଜ୍ଜାର କଥା ଆଉ କ’ଣ ଅଛି?