ପୃଷ୍ଠା:Bhasa o Jatiyata.pdf/୮୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଉନ୍ନତ କରିବାରେ ସ୍ୱାଧୀନତା ଆମକୁ ମିଳିଥିଲେ ମଧ୍ୟ ତାହା ଆମେ କରିପାରିନାହୁଁ । ଏହାର ଏକମାତ୍ର କାରଣ, ଓଡ଼ିଆଭାଷା ଆଜି ଓଡ଼ିଆଜାତି ନିକଟରେ ଅକର୍ମଣ୍ୟ ହୋଇ ପଡ଼ିରହିଛି । ଯିଓ ପ୍ରତିବର୍ଷ ଲକ୍ଷଲକ୍ଷ ଓଡ଼ିଆପିଲା ଶିକ୍ଷିତ ହେଉଛନ୍ତି, ସେମାନେ ଇଂରାଜୀର ଉଷ୍ମପ୍ରବାହ ଭିତରେ ହଜିଯାଇ ନିଜ ଭାଷା ଓ ଜାତିର ବିକାଶପାଇଁ ଚିନ୍ତା କରିପାରୁନାହାନ୍ତି । କାରଣ ମାତୃଭାଷାକୁ ନେଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଯୁଗାନୁଯାୟୀ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇନାହିଁ । ଇଂରାଜୀଭାଷା ପ୍ରତି ଚାକିରିଆଗୋଷ୍ଠୀଙ୍କର ଅନ୍ଧ ଆନୁଗତ୍ୟ ଏହି ପ୍ରସ୍ତୁତି ପଥରେ ୃଢ଼ ବାଧକ ସାଜିଛି । ତେଣୁ ଏସବୁର ପ୍ରତିହତପାଇଁ ଏକ ନୂତନ ଶିକ୍ଷାବ୍ୟବସ୍ଥା ପ୍ରଚଳନ କରିବାର ଆବଶ୍ୟକ ରହିଛ ।ି ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ଆମୂଳଚୂଳ ପରିବ•ର୍ନକରି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ କେବଳ ଓଡ଼ିଆଭାଷାରେ ସମସ୍ତ ବିଷୟ ପଢ଼ାଯିବ, ଅଷ୍ଟମରୁ ଶମ ଶ୍ରେଣୀ ପର୍ଯ୍ୟନ୍ତ ଚାରୋଟି ଭାଷାପତ୍ର ବଳରେ ୁଇଟି ଭାଷାପତ୍ର ଓଡ଼ିଆ ଓ ଇଂରାଜୀ ପଢ଼ାଯିବ ଏବଂ ଉଭୟରେ ସାହିତ୍ୟ ବଳରେ କେବଳ ଭାଷା ସଂପର୍କୀତ ବିସ୍ତୃତ ପ୍ରଶିକ୍ଷଣ ିଆଯିବା ସହ ଆନୁସଙ୍ଗିକ ଶବ୍ଦାବଳୀ ସହିତ ପରିଚୟ କରାଯିବ । ଇଂରାଜୀସାହିତ୍ୟକୁ ସଂପୂର୍ଣ୍ଣ ବର୍ଜନ କରାଯାଇ ଶମ, +୨ ଓ +୩ ଶ୍ରେଣୀରେ ଆଧୁନିକ ଭାରତୀୟ ଭାଷା ଭାବରେ ଓଡ଼ିଆ କିମ୍ବା ସାନ୍ତାଳୀ ତଥା ୍ୱିତୀୟ ଭାଷା ଭାବରେ ଇଂରାଜୀ / ସଂସ୍କୃତ / ଓଡ଼ିଆ / ହିନ୍ଦୀ / ବଙ୍ଗଳା / ତେଲୁଗୁ / ତାମିଲ ଭାଷା ଶିକ୍ଷା ପ୍ରାନ କରାଯାଉ । +୨ ସମୟରେ ହେଉଥିବା ବିଭିନ୍ନ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଓଡ଼ିଆ ମାଧ୍ୟମରେ କରାଇବା, ଡାକ୍ତରୀ, ଯାନ୍ତ୍ରିକ ଏବଂ ବ୍ୟବସାୟ ପରିଚାଳନା ଆି ବୈଷୟିକ ଶିକ୍ଷା ଓଡ଼ିଆଭାଷା ମାଧ୍ୟମରେ ପ୍ରାନ କରାଯାଉ । ଯାହା୍ୱାରା ପରବ•ର୍ୀକାଳରେ ଅନୁଷ୍ଠତି ସର୍ବଭାରତୀୟ ପ୍ରତେି ଯାଗିତା ମୂଳକ ପରୀକ୍ଷାରେ ଓଡ଼ିଆଛାତ୍ର ସଫଳ ହୋଇପାରିବେ । କାରଣ ଏହିସବୁ ପ୍ରତିଯୋଗିତା ଆ•ଳିକଭାଷା ମାଧ୍ୟମରେ ହେଉଥିବାରୁ ଓଡ଼ଅି । ମାଧ୍ୟମରେ ଉପଯୁକ୍ତ ପୁସ୍ତକ ଏବଂ ିର୍ଗ୍ଶନ ନ ପାଇ ଓଡ଼ିଆ ପିଲାଏ ବାଧ୍ୟ ହୋଇ ଇଂରାଜୀଭାଷାର ଆଶ୍ରୟ ନେଉଛନ୍ତି । ମାତ୍ର ଇଂରାଜୀ ଭାଷାରେ କ୍ଷତା ନ ଥିବାରୁ ଏସବୁ ପରୀକ୍ଷାରେ ବିଫଳ ହେଉଛନ୍ତି । ତେଣୁ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ଓଡ଼ିଆମାଧ୍ୟମରେ ହେବା୍ୱାରା ଆଧୁନିକ ପାଠ୍ୟୋପକରଣ ଅଭାବ ୂର ହେବା ସହିତ ଉପଯୁକ୍ତ ିର୍ଗ୍ଶକଙ୍କ ଉପଲବ୍ଧ ହେବ । ଅନ୍ୟଭାଷା ରଚିତ ବହୁ ଉଚ୍ଚାଙ୍ଗ ପୁସ୍ତକ ଓଡ଼ିଆଭାଷାରେ ଅନୁବାିତ ହୋଇ ସାଧାରଣ ଓଡ଼ିଆଙ୍କ ଜ୍ଞାନବିକାଶ କରିପାରିବ ।

(୬) ଓଡ଼ଅି । ଭାଷାକୁ ବିଶ୍ୱର ପ୍ରମୁଖ ଭାଷା ସମକକ୍ଷ କରାଇବା : ଜଗତୀକରଣ ପରିପ୍ରେକ୍ଷୀରେ ଓଡ଼ିଆଭାଷାକୁ ବିଶ୍ୱ ସହିତ ଅନ୍ୟାନ୍ୟ ଭାରତୀୟଭାଷା ସମକକ୍ଷ କରିବାକୁ ପଡ଼ିବ । କାରଣ କେବଳ ଓଡ଼ିଆ ନୁହେଁ, ପ୍ରତ୍ୟେକ ଭାରତୀୟ ଭାଷାମାନଙ୍କରେ ନିଜକୁ ବ•ାଇବାର ଏଇଭଳି ପ୍ରାଣମୂର୍ଚ୍ଛା ସଂଘର୍ଷ ଖୋେଇଛି । ଏହି ସଂଘର୍ଷର ପରିଣାମ ୁଇଟି - ଆମଭାଷାକୁ ଉନ୍ନତକରି ଅନ୍ୟ ଭାଷାଗୁଡ଼ିକର ସମକକ୍ଷ କରିବା କିମ୍ବା ଅନ୍ୟଭାଷା ନିକଟରେ ନିଜକୁ ସମର୍ପଣ କରିବାକୁ ହେବ । ତେଣୁ ଛଅକୋଟି ଓଡ଼ିଆଙ୍କ ପରିଚୟ ନିର୍ଭର କରୁଥିବା