୪ | ରାମଲୀଳା |
ସତ୍ୟ ଶାନ୍ତି ଦୟା କ୍ଷମାସାଗର । କୃତାନ୍ତକ ପ୍ରାୟ ହୃଦ ନିଷ୍ଠୁର ।।
ମହୀ ପ୍ରାୟେକ ହୋଇବ ସହଣି । ଧନବନ୍ତରେ କୁବେରଙ୍କୁ ଜିଣି ।।
ଶତ୍ରୁ ଅଧିକେ ହେବ ଧନୁର୍ଦ୍ଧର । ବିଦ୍ୟାରେ ହେବ ବୃହସ୍ପତି ବର ।।
କ୍ରୋଧେ ହୋଇବ ଅନଳୁ ପ୍ରଖର । ଶାନ୍ତି ଗୁଣେ ଶରଦ ଶୀତକର ।।
ଧାତା ପ୍ରାୟେକ ହୋଇବ କରତା । ତମୋ ଗୁଣେ ଶିବଙ୍କୁ ଅଧିକତା ।।
ମନମଥ ଜିଣି ହେବ ସୁନ୍ଦର । ସର୍ବ ଗୁଣରେ ହୋଇବ ଉଦାର ।।
କିଛି ନ ଥିବ ତାର ଅବିଗୁଣ । କେଉଁ ପୁରୁଷ ଅଛି ଏଡ଼େ ଜାଣ ।।
ଶୁଣି ନାରଦ ବୋଲନ୍ତି ବଚନ । ରାମଚନ୍ଦ୍ର ଦଶରଥ ନନ୍ଦନ ।।
ତାହାଙ୍କ ଠାରେ ଅଛି ସର୍ବଗୁଣ । ସେ ଯେ ଅଟନ୍ତି ସ୍ୱୟଂ ନାରାୟଣ ।।
ତାଙ୍କ ଚରିତ ଅପାରୁଁ ଅପାର । ତାଙ୍କୁ ଉପାସନା କରି ନିସ୍ତର ।।
ସର୍ବ କହି ନାରଦ ମୁନି ଗଲେ । ବାଲମୀକି ରାମଙ୍କୁ ଲୟ କଲେ ।।
ତାଙ୍କୁ ପ୍ରସନ୍ନ ହେଲେ ଜଗନ୍ନାଥ[୧] । ବୋଲେ ବିଶି ପୂରିଲା ମନୋରଥ ।।
ସଙ୍ଗମତିଆରି - ବାଣୀ[୨]
ତମସା ନଦୀ ତଟକୁ ଗମନ୍ତେ ମୁନି ।
ସଙ୍ଗତେ ଗୋଡ଼ାଇ ଅଛନ୍ତି ଶିଷ୍ୟ ବେନି ।।
ନିତ୍ୟକର୍ମ ସମସ୍ତେ ନଡୀରେ ସାରିଲେ ।
ଆଶ୍ରମକୁ ଯିବାକୁ ବାହାର ହୋଇଲେ ।।
କ୍ରୌଞ୍ଚ କ୍ରୌଞ୍ଚୀ ବୋଲି ତହିଁରେ ପକ୍ଷୀ ବେନି ।
ବ୍ୟାଧ ସେ କ୍ରୌଞ୍ଚ ପକ୍ଷୀକି ଗଲାକ ଘେନି ।।
କ୍ରୌଞ୍ଚୀ କାନ୍ତ ଗୁଣ ଗୁଣି ରୋଦନ କଲା ।
ବାଲମିକ ମୁନି ଶ୍ରବଣକୁ ଶୁଭିଲା ।।
ବ୍ୟାଧକୁ ଶାପ[୩] ଦିଅନ୍ତେ ହୋଲା ଶୋଳକ [୪] ।
ଦିଶିଲା ତାହାଙ୍କୁ ବାକ୍ୟପଦ [୫]