ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫
ଆଦ୍ୟକାଣ୍ତ
ମନେ ମନେ ଭାଳି ମୁନି ମଠକୁ ଗଲେ ।
ଆସନ କରିଣ ଧ୍ୟାନ କରି ବସିଲେ ।।
ମରାଳ ଚଢ଼ିଣ ପିତାମହ ପ୍ରବେଶ ।
ଦେଖି ବାଲମିକ ପୂଜା କଲେ ବିଶେଷ ।।
ଧାତା ବୋଲନ୍ତି ହେ ମୁନି ରାମ ଚରିତ[୧]।
ତୁମ୍ଭ ମୁଖରୁ ସ୍ଫୁରିବ ନ କର ହେଳା ।।
ଏତେ କହି ବ୍ରହ୍ମା ବ୍ରହ୍ମଲୋକକୁ ଗଲେ ।
ବାଲମିକ ମୁନି ଗ୍ରନ୍ଥ ବିଚାର କଲେ ।।
ସାତ କାଣ୍ତ ରାମାୟଣ ରାମ ଚରିତ ।
ଶ୍ଳୋକ ବନ୍ଧେ ସ୍ଫୁରିଲା ମୁନିଙ୍କ ଉକତ ।।
ଏହା ଶୁଣି ଦୀନ ବିଶି ବିଚାର କଲା ।
ଗୀତ ବନ୍ଧ କରି ରାମାୟଣ ରଚିଲା ।।
ଗୋପକେଳୀ ରାଗେ
ବାଲ୍ମୀକି ପୁଣ ବସି ଅରଣ୍ୟ ମଧ୍ୟେ ଶ୍ରୀରାମ ଚରିତ ।
ଭବିଷ୍ୟ କଥା ପବିତ୍ର ଗାଥା କହନ୍ତି ଅତି ପବିତ୍ର ।।
ସରଯୂ ନୀର ଅତି ମଧୁର ଶୀତଳ ପାତକ ହର[୨]
ବାସ ନିର୍ମଳ [୩] ଅତି ଗଭୀର ବେନିତଟ ମନୋହର ।।