ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୮
ରାମଲୀଳା
କେବଣ ତରୁ କୁସୁମ ହୋଇଛ ଭୂଷଣ ।
କେବଣ ବନୁ ଆଣିଛ ୟେ ବକଳମାନ ହେ ।।
ସେମାନେ [୧] ବୋଲନ୍ତି ଆମ୍ଭ ବନର ୟେମାନ ।
ନାନା ସ୍ନାଦୁଫଳ ଆମ୍ଭେ କରୁ ଯେ ଭୋଜନ ହେ ।।
ଆମ୍ଭେମାନେ ରତିଶାସ୍ତ୍ର ପଢ଼ିଣ ପଣ୍ଡିତ ।
ଅନୁବରତରେ କରୁଥାଉଁ ନୃତ୍ୟ ଗୀତ ହେ ।।
ଆମ୍ଭ ସଙ୍ଗତରେ ଆସ ଯିବା ଆମ୍ଭ ବନ ।
ୟେତେ ବୋଲି ଭଣ୍ଡିଣ ଆଣିଲେ ତପୋଧନ ହେ ।।
ନଉକା ଉପରେ ବୃକ୍ଷମାନ ରୋପି ଥିଲେ ।
ତହିଁରେ ବସାଇ ତାଙ୍କୁ ଘେନିଣ ଅଇଲେ ହେ ।
ତୁମ୍ଭର ମଇତ୍ର ଲୋମପାଦ ନୃପବର ।
ତାହାଙ୍କ ଦେଶକୁ ତୁମ୍ଭେ ଅନୁକୁଳ କର ହେ ।।
ଶୁଣିଣ ସାନନ୍ଦ ହେଲେ ଅଯୋଧ୍ୟା ଭୁପାଳ ।
ସାଜିଲେ ସଜମଣ୍ଡପ ଚତୁରଙ୍ଗ ଦଳ ଯେ ।
ଅଙ୍ଗ ଦେଶ କଟକେ ହୋଇଲେ ପରିବେଶ ।
ପାଛୋଟି ଅଇଲେ ଅଙ୍ଗ ଦେଶର ନରେଶ ଯେ ।।
ବହୁ ହୃଷ୍ଟ ହୋଇ ବେନି ମିତ୍ର ଆଲିଙ୍ଗନ ।
ଘେନିଣ ତାହାଙ୍କୁ ଗଲେ ଆପଣ ଭୁବନ ଯେ ।।
ଋଷିଶୃଙ୍ଗ ଦେଖି ଭାଜା ନମସ୍କାର କଲେ ।
କୁମାରୀଙ୍କି ଦେଖି ରାଜା ବହୁ ହୃଷ୍ଟ ହେଲେ ହେ ।।
ମଇତ୍ରକୁ କହିଲେ ମନ ବେଦନାମାନ ।
ପୁତ୍ରକାମେ ଯଜ୍ଞ କରାଇବେ ତପୋଧନ ହେ ।।
- ↑ ବାଲ୍ମୀକି ରାମାୟଣ ଓ ଜଗମୋହନ ରାମାୟଣରେ କରତା ବା କରତ୍କୋଷା ବେଶ୍ୟାଙ୍କ ଦ୍ୱାରା ଋଷ୍ୟଶୃଙ୍ଗଙ୍କ ଆନୟନ ବୃତ୍ତାନ୍ତ ବିସ୍ତୃତ ଭାବରେ ଲେଖା ଯାଇଛି । 'ରାମ ଚରିତ ମାନସ' ପରି କେତେଖଣ୍ତି ପୁସ୍ତକରେ ଜରତା ଉପାଖ୍ୟାତ ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।