ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ତ | ୧୧ |
ରାମ ନାମ ଜ୍ୟେଷ୍ଠର ଭରତ କନିଷ୍ଠ ।
ବିଚାରିଣ ନାମ ଦେଲେ ମୁନି ବଶିଷ୍ଠ ।।
ସୁଲକ୍ଷଣ ଦେଖି ଲକ୍ଷ୍ମଣ ନାମ ଦେଲେ ।
ଶତ୍ରୁଘନ ତାଙ୍କ ସାନୁଜକୁ ବୋଇଲେ ।।
ଦିନୁ ଦିନୁ ବଢ଼ିଲେ ସେ ଚାରି ନନ୍ଦନ ।
ଦେଖି ଦଶରଥ ରାଜା ଆନନ୍ଦ ମନ ।।
ପଞ୍ଚାନ୍ତି[୧] ଦୋଳିରେ ସୁତ ଗାଇଣ ଗୀତ ।
ବଜାନ୍ତି ଯୁବତୀ ବୀଣା ବାଦ୍ୟ ନିରତ ।।
ଗୁଳୁଗୁଚାରେ [୨] ଅଧରୁ ବହଇ ନାଳ ।
ଝାଳ ବିନ୍ଦୁ ଗଳିତ ଶ୍ରୀମୁଖ ମଣ୍ଡଳ ।।
କମଳୁ ବଳି ଲୋଚନେ ଶୋହେ କର୍ଜ୍ଜଳ[୩] |
ଝୁଲିବାରେ ଧ୍ୱନି କରେ ମେଖଳା ମାଳ ।।
କୁଟୀଳ-କୁନ୍ତଳେ ମାଳ ମୁକୁତା ଫଳ [୪] }
ବାଳେଣି ନୂପୁର ବାଜେ ଚରଣ ତଳ ।।
କଚଟି ବାହୁଟୀ ହେମ ସୂତ୍ରେ ଛନ୍ଦଣୀ [୫] |
କଟିତଟେ ପୀତାମ୍ବର ସୁମଣୀ ଶ୍ରେଣୀ ।
ଆଣ୍ଠୁଆଇ ଭରା ଦେଇ ପୁଣ ଉଠନ୍ତି ।
କେତେବେଳେ କାନ୍ଦି ଧରଣୀରେ ପଡ଼ନ୍ତି [୬] ।।
ଯୁବତୀ ବେଢ଼ି ନଚାନ୍ତି ବଜାଇ ତାଳି ।
କରି ଶାବକ ମଣ୍ଡିକି କରନ୍ତି କେଳି [୭] ।।
ଚାରି କୁମରେ ଯେ ଧୂଳି ଖେଳେ ତତ୍ପର ।
ଲୀଳା ଭାବେ ଆବୋରନ୍ତି ବାଲି ନଅର ।।