ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨ ରାମଲୀଳା ।

ପାଞ୍ଚ ବରଷ ପୁରନ୍ତେ ସେହି କୁମରେ ।
ଆରୋହଣ କଲେ ଅଶ୍ୱ ଗଜ ନିକରେ ।।
ସୁବେଶେ ବଳିଲା ଚିତ୍ତ ହୋଇଲେ ଧୀର ।
ସମସ୍ତ ଗୁଣେ ନିକର ବୀରଙ୍କ ବର ।।
ଶୁକ୍ଳପକ୍ଷ ଚନ୍ଦ୍ର ପ୍ରାୟ ବଢ଼ନ୍ତି ରାମ ।
ଚୂତାଦି ବେନି ପାଞ୍ଚ [୧] କଲେ ବ୍ରତ କର୍ମ ।।
ପଢ଼ିଲେ ଦେଦ ପୁରାଣ ଶାସ୍ତ୍ର ଆଗମ ।
ଦଣ୍ଡା ଖଣ୍ଡା ଧନୁର୍ବିଦ୍ୟା କ୍ଷତ୍ରିୟ ଧର୍ମ ।
ବଶିଷ୍ଠଙ୍କ ଠାରୁ ଶିକ୍ଷା କଲେ ସକଳ ।
ତପ୍ତ‌ଋତୁ[୨] ରବି ପ୍ରାୟ ତେଜ ପ୍ରବଳ ।।
ମୃଗୟା କରିଣ ମୃଗମାନ ମାରନ୍ତି ।
ଶରଧା କରିଣ ମୃଗ ପତ୍ନୀ ଧରନ୍ତି ।
ଧରନ୍ତି କରୀ ଯୂଥରୁ କରୀ ଶାବ‌କ ।
ମାରନ୍ତି ଶାର୍ଦ୍ଦୁଳ ଗଣ୍ଡ। ଜୀବ ଅନେକ ।
ଛୁଆ ସିଂହ ପ୍ରାୟ ଗତି ଦିଶେ ଲାବଣ୍ୟ ।
ସପ୍ତମ ବରଷ ଆସି ହୁଏ ସମ୍ପୂର୍ଣ୍ଣ ।
ନବତନୁ କିଶୋର ବୟସ ଶ୍ରୀଗମ ।
ଛବି ଦେଖି ମୁରୁଛିତ ହୁଅଇ କାମ ।।
କାମଶା‌ସ୍ତ୍ର ପଠନରେ ବଳିଲା ମନ ।
ସୁବେଶ ଯୁବତୀରେ ନିଶ୍ଚଳ ନୟନ ।।
ସଙ୍ଗୀତେ ଶରଧା ଚିତ୍ତ ଶୁଣନ୍ତି ଗୀତ ।
ବୋଲେ ବିଶି ମନସିଜ ମନରୁ ଜ।ତ |

  1. ଚୂଡ଼ାଦି ବେନି ପାଞ୍ଚ = ଦଶ କର୍ମରେ ବ୍ରତବିଧାନ
  2. ତପ୍ତଋତୁ ‌-- ଗ୍ରୀଷ୍ମଋତୁ ।