ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୦
ରାମଲୀଳା


ରାଗ- -ଦକ୍ଷିଣ କାମୋଦୀ
ଶ୍ରୀରାମ ମଧୁର ମୂର୍ତ୍ତି ଦେଖି ରାମା ।
ପଚାରନ୍ତି ସଖୀଙ୍କି ଜନକ ଜେମା ।।
କେବଣ ଦେଶ ନୃପତି କାହା ସୁତ ।
ଦେଖିଲା ବେଳୁ କାତର ହୁଏ ଚିତ୍ତ ।
ତନୁ ନିନ୍ଦଇ ନବୀନ ଦୂର୍ବାଦଳ ।
କ୍ଷୀଣମଝା ସୁବିପୁଳ ବକ୍ଷସ୍ଥଳ ।
ସୁନ୍ଦର ନାସିକା ନିନ୍ଦେ ତିଳି ଫୁଲ ।
ଜବା ପୁଷ୍ପ ଅଧରକୁ ନୁହେଁ ତୁଲ ।
ତ୍ରିଭୁବନ ଜୟ କରି ମାର[୧] ବୀର ।
ନୟନେ ରଖିଲା କି [୨] କୁସୁମ ଶର ।
କରିବର ପ୍ରାୟ ଦେଖ ବାହୁ ବେନି |
ଶିବଧନୁ ସତେ କି ପାରିବେ ଘେନି ।।
କି ଜାଣି ବିଧାତା ବି କରିବ ସଖି ।
ସ୍ଫୁରୁଅଛି ତ ମୋହର ବାମ ଆଖି ।।
ଧନୁ ଭାଙ୍ଗି ବିଭା ମୋତେ ହେବେ ପରା ।
କରିବାକୁ ମୋ ମନ ହେଉଛି ପରା ।
ଏଡ଼େ ଭାଗ୍ୟ ସଖି କି ମୁଁ ଅଛି କରି ।
ଗଗନ ଚାନ୍ଦ ଲୋଡ଼ଇ ହସ୍ତେ [୩] ଧରି ।।
ଦାରୁଣ ପିଅର ମୋର କଲେ ସତ୍ୟ ।
ଯେଉଁ ଧନୁ ଧରି [୪] ନ ପାରିଲେ ଦୈତ୍ୟ[୫] ।।
ଚାହାନ୍ତି ଜଗତୀ ପରେ ସର୍ବ ସଖି ।
ବୋଲେ ବିଶି ପିଛଡ଼ା ନ ପଡ଼େ ଆଖି [୬] ।।

  1. ମାରି ବୀର ପୋଥିପାଠ
  2. ରଖିଛିକି ପୋଥିପାଠ
  3. କରେ ପୋଥିପାଠ
  4. ତୋଳି ପୋଥିପାଠ
  5. ପୋଥିରେ ଦୈତ୍ୟ, ସୈନ୍ୟ, ତୋତେ, ମୋତେ ଶବ୍ଦ ଯଥାକ୍ରମେ ଦତ୍ୟ, ସନ୍ୟ, ତ‌ତେ, ମତେ ରୂପେ ଲିଖିତ ହୋଇଛି ।
  6. ପିଛାଡ଼ି ନ ପାରେ ଆଖି ପୋଥିପାଠ