ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୨
ରାମଲୀଳା

ବାମ କରେ ଧନୁ ଧରିଣ ରାମ । ଚଢ଼ାଇ ଟଙ୍କାରିଲେ ଗୁଣ କାମ ।।
ଯେତେ ଲଉଁଥାଇ ଶର ଆସନ । ତେତେ ଲଉଁଥାଇ ମୁକୁଟ ମାନ ।।
ଯେତେବେଳେ ରାମ ଟାଣିଲେ ଗୁଣ । ଟାଣିଲେ ସର୍ବ ନୃପତି ପ୍ରାଣ ।।
କର୍ଣ୍ଣ ସରିକି ଆଣିଲେ ଓଟାରି । ହସ୍ତୀକି ଯେହ୍ନେ ଧଇଲା କେଶରୀ ।।
ଯେତେବେଳେ ଭଗ୍ନ କଲେ କୋଦଣ୍ଡ । ହସ୍ତୀ ଭାଙ୍ଗିଲା କି ଏ ଇକ୍ଷୁ ଦଣ୍ଡ ।।
ନୃପତିଙ୍କ ଯେତେକ ଆଶା ଥିଲା । ଧନୁ ସଙ୍ଗରେ ସେ ଭଗ୍ନ ହୋଇଲା ।।
ଧନୁ ଭାଙ୍ଗି ଋଅମ ବିକେ ଆସ୍ଥାନେ । ଦେଖିଣ ବିରସ ନୃପତିମାନେ ।।
କନ୍ୟାକୁ ଆଣି ମୁଦୂସୁଲୀ ଗଲେ । ବୋଲେ ବିଶି ଜନକ ଆଜ୍ଞା ଦେଲେ ।।



[୧]

  1. ପସ୍ତୁତ ଗୀତଟି ପୋଥିରେ ଭିନ୍ନ ରୀତିରେ ଲେଖା ଯାଇଛି । ତଦ୍ ବ୍ୟତୀତ ପଦ ଓଲଟ ପାଲଟ ହୋଇଛି ଏବଂ ଛନ୍ଦ ପ୍ରଥନରେ ମଧ୍ୟ ବ୍ୟତିକ୍ରମ ଥିବାର ଦେଖାଯାଏ । ପାଠକମାନଙ୍କ ଅବଗତି ନିମିତ୍ତ ପୋଥି ପାଠଟି ଏଠାରେ ପ୍ରଦତ୍ତ ହେଲା-

ରାଗ- ଆନନ୍ଦ ଭଇରୋବୀ
ଧନୁପାଶେ ରାମ ହୋଇଲେ ଉଭା । ରାଜସଭା ମଧ୍ୟେ ପାଇଲେ ଶୋଭା ।
ଲକ୍ଷ୍ମଣ କନ୍ଧେ ଦେଇ ଦେଇ ବାମକର । ରାଜସଭାକୁ ବୋଲନ୍ତି ଉତ୍ତର ।
ପାରିଲେ ଧନୁ ଧର ଯଶଃ ରହୁ ମହୀର । ଶୁଣି ରାମ ଉତ୍ତର, ନମ୍ର କଲେକ ଶିର ।।
ବାମ କରେ ଧନୁ ଧରିଣ ରାମ । ଚଢ଼ାଇ ଟଙ୍କାରିଲେ ଗୁଣମାନ ।।
ଯେତେ ନଉଁଥିଲା ସେ ଶରାସନ । ତେତେ ନଉଁଥିଲା ମୁକୁଟମାନ ।
ବାମଦେବ କୋଦଣ୍ଡ ହୋଇଲା ବେନିଖଣ୍ଡ । ଧୂନି କଲା ପ୍ରଚଣ୍ଡ, ମୋହେ ସକଳ ପିଣ୍ଡ ।।
ନୃପତିଙ୍କର ଯେତେକ ଆଶା ଥିଲା । ଧନୁ ସହିତେ ସେ ଭଗ୍ନ ହୋଇଲା ।
ଦେଖିଣ ଜନକ ରାୟେ, ମନେ କଲେ ସଂଶୟେ ।।
ସାକ୍ଷାତ ବିଷ୍ଣୁ କି ୟେ, ହେଲେ ଆନନ୍ଦ-ମୟେ ।।
ଧନୁ ଭାଙ୍ଗି ରାମ ବିଜେ ଆସ୍ଥାନେ, ଦେଖିଣ ବିରସ ନୃପତିମାନେ ।।
ଜନେକ ଆଜ୍ଞା ଦେଲେ, କନ୍ୟା ଆଣ ବୋଇଲେ ।
ମୁଦୁସୁଲୀଏ ଗଲେ, ଏହା ବିଶି କହିଲେ ।
( ରାଜ୍ୟ ସଂଗ୍ରହାଳୟ ପୋଥି ସଂଖ୍ୟା ଓ ଏଲ୍, - ୧୬୯୮ ଅନୁସାରେ ପାଠ )