ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରାମଲୀଳା

ହାସ ରସ ପରିହାସ କଲେ ବହୁ ଲୀଳା |
ରସ-ସିନ୍ଧୁରେ ବୁଡ଼ିଲେ ରସକିନୀ ଵାଳା ଯେ [୧]||

ଅଯୋଧ୍ୟା ପ୍ରବେଶ ଦଶରଥ ମହୀପତି |
ବୋଲେ ବିଶି ରାମ କୀର୍ତ୍ତି ଶୁଭ୍ର କଲା କ୍ଷିତି ଯେ[୨] ||



ରାଗ କୃଷ୍ଣକେଳି ବୃତ୍ତେ[୩]



ଅଯୋଧ୍ୟା କଟକେ ଦଶରଥ ପରବେଶ |
ଅନେକ ନୃପତି ତହିଁ ଅଛନ୍ତି ଯେ ପାଶ ||

ଅଯୋଧ୍ୟା କଟକେ ଦଶରଥ ପରବେଶ |
ଅନେକ ନୃପତି ତହିଁ ଅଛନ୍ତି ଯେ ପାଶ ||

ବୀର-ବାଦ୍ୟମାନଙ୍କରେ ପୂରଇ ଆକାଶ |
ସବୁଙ୍କରି ଘରେ ନେତ ପତାକା କଳଶ ||

ସବୁ ଦ୍ୱାରେ ପୂର୍ଣ୍ଣକୁମ୍ଭ କୁସୁମ ତୋରଣ |
ଗାବନ୍ତି ମଙ୍ଗଳ ଗୀତ ବାରନାରୀ ଗଣ ||

ହୁଳୁହୁଳି ଶବଦ ସିନ୍ଧୁ-ଗର୍ଜ୍ଜନ ଜିଣି |
ଭାଟ କଏବାର [୪] କହୁଛନ୍ତି ବେଳ ଜାଣି ||

ଚାରି ପୁତ୍ର ଚାରିବଧୁ ଘେନିଣ ନୃପତି |
ଶ୍ରୀନବରେ ପରିଵେଶ ହୋଇଲେ ତଡତି ||

ଶିବିକାମନାରୁ ଉତ୍ତରିଣ କନ୍ୟା ବର |
ନିଉଛାଳି କରି ଦେଲେ ଯେ ଯାହାର ପୁର ||

ହୁଳୁହୁଳି ଦେଇଣ କୁସୁମ ବୃଷ୍ଟି କଲେ |
ସର୍ବ ନାରୀ ବନ୍ଦାପନା କରିଣ ଦେଖିଲେ ||

ରାମ ସୀତା ଦେଖି କଉଶଲ୍ୟାଙ୍କ ଆନନ୍ଦ |
ଚକୋର ଦେଖିଲା କିବା ସରଗର ଚାନ୍ଦ ||

ବହୁ ଉତ୍ସବରେ କରାଇଲେ ନୃତ୍ୟ ଗୀତ |
ବହୁ ଆନନ୍ଦ ହୋଇଲେ ସକଳ ସାମନ୍ତ ||

ବହୁ ଦ୍ରଵମାନ ଦ୍ୱିଜବରେ ଦେଲେ ଦାନ |
ଅନ୍ନ ବସ୍ତ୍ର ଦ୍ୱିଜେ ଦତ୍ତ କଲେ ଅବିଛିନ୍ନ ||

  1. ଶୀଳା ପୁସ୍ତକ ପାଠ |
  2. ପୁସ୍ତକରେ ପ୍ରତି ପଦ ଶେଷରେ ଥିବା 'ରେ' 'ଯେ' ନାହିଁ |
  3. କଳଶା ବାଣୀ ପୋଥି ପାଠ |
  4. କଏବାର = ଜୟଧ୍ୱନି |