ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ରାଗ ଶଙ୍କରାଭରଣ [୧]
ଜନକୀ ସହିତେ ବହୁ ବିନୋଦ ।
କମଳ ଚୁମ୍ବଇ କି ଜଟ ପଦ[୨] ଯେ ।।
ଋତ୍ନ ଭୂଷଣ ଅଙ୍ଗେ, ଲକ୍ଷ୍ମଣ [୩]ଘେନି ସଙ୍ଗେ ।
ମୃଗୟା କଲେ ରଙ୍ଗେ ।।
ଶ୍ରୀରାମ ପ୍ରତିଜ୍ଞା ଶୁଣି ଶ୍ରବଣେ
ଭୟେ କମ୍ପନ୍ ଗର ନୃପତିଗଣେ ଯେ ।।
ତାଙ୍କ ତେଜ ତପନ, [୪] ଦହଇ ରିପୁଜନ
ସନ୍ଥେ ଚନ୍ଦ୍ର ସମାନ ।।[୫]
ରାମ ବିକ୍ରମ ଦେଖି ରାଜନ । ଆନନ୍ଦ ହେଉଥାନ୍ତି ପ୍ରତିଦିନ ।
ବିଚାର କଲେ ମତି, ରାମ ହେଲେ ନୃପତି,
ସୁଖେ ପାଳିବେ କ୍ଷିତି ।
ଏମନ୍ତ ବିଚାରି ନୃପତି ବର । ରାମ ଆଭିଷେକେ ସେ ତତପର ଯେ ।।
ରାମ ଚରିତ ରସ, ବିଶି କଲା ପୀୟୂଷ ।
ପ୍ରଥମ କାଣ୍ତ ଶେଷ ।।