ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଦଗ୍ଧ ଚିନ୍ତାମଣି ।


ମଙ୍ଗଳାଚରଣମ୍-
ରାଗ । ମଙ୍ଗଳ ।


ପଞ୍ଚାଶବର୍ଣ୍ଣ ନିୟମ ।

ପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ । ୧ ।
ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ।
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ । ୨ ।
ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ।
ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହି ଯେ । ୩ ।
ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ।
ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ହେ । ୪ ।
ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ ।
ଉତପ୍ଳୁତ ତନ୍ତୁବାୟ ସୂତ୍ରପରକାରେ ଯେ । ୫ ।
ଉର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ ।
ଉଦ୍ଭବ ହୋଇ ତୁ ଧର୍ମସ୍ଥାପୁ କାଳେକାଳେ ହେ । ୬ ।
ଋକ ଯଜୁ ସାମ ବହୁ[୧] ଶ୍ରୁତି ଶାସ୍ତ୍ର ଭେଦେ ।
ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ[୨] ହେ । ୭ ।


  1. ୭-୧ ଋକ ସାମ ଯଜୁର୍ବେଦ, ଘ, ଚ, ଟ
  2. ୭-୨ ସମ୍ବାଦେ, ଜ, ଝ