ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

ମ‌ହୀ ମହିମାକୁ ଦେଖି ହେଲା ହରଷ ।
ଗଣେଶ ଗଣେଶରେ ସେ ହେବ କି ଶେଷ ।୩୮।
ହେଲା ହେଳାରେ ଏମାନ ବାଲ୍ୟ ଯୌଗଣ୍ତେ ।
କବି କବି ହେଲେ କ‌ହି ନୋହିବ ତୁଣ୍ତେ ।୩୯।
ନ ବରଷେ ନବରସେ ବଳିଲା ମନ ।
ଆର ଆର ଛାନ୍ଦେ ତା ଶୁଣିମେ ସୁଜନ ।୪୦।
ବିଦଗଧ ବିଦଗଧ ଚିନ୍ତାମଣି ଏ ।
ଶ୍ୟାମ ସାମନ୍ତସିଂହାର କରଇ ଲୟେ ।୪୧।
ତୃତୀୟ ଛାନ୍ଦ ।
କୃଷ୍ଣକୈଶୋର ବର୍ଣ୍ଣନା ।
ଅନ୍ତ୍ୟାନୁପ୍ରାସ ।
ରାଗ-ରସକୋଇଲା ।
କୃଷ୍ଣ ପଉଗଣ୍ତ କାଳ ଅନ୍ତରେ । ନବ କିଶୋର ବୟ ଆଗତରେ
ଶୋଭା ବିଚେଷ୍ଟା ବାହାର ଭିତରେ । ଦୀପ୍ତିବନ୍ତ ହେଲେ ସ୍ଥାନ ଅନ୍ତରେ ସେ ।
ଘେନ ଧୀବନ୍ତେ ଚିତ୍ତରେ ହେ ।
କ୍ରମେ କ୍ରମେ ଦିନୁ ଦିନୁ ଅନୁଆନ ରୀତି ଖ୍ୟାତି ଅତିତରେ ଯେ ।୧।
ଇନ୍ଦ୍ରନୀଳମଣି ଝଳି ଦର୍ପଣ । ଯୋଖ କରିବା ଯେବେ ପଣ ପଣ ।
ତେବେ ତାହାର କାନ୍ତି ବଡ଼ପଣ । ହାରି କାନ୍ତିକି ହେବ ସମର୍ପଣ ସେ ।
ତ‌ହିଁ ଲାବଣ୍ୟ ରୋପଣ ଯେ ।
ଚିତ୍ରଭଙ୍ଗିମାନ ଗାତ୍ରସଙ୍ଗୀ ହେଲେ ମୂର୍ତ୍ତିବନ୍ତରେ ଆପଣ ଯେ ।୨।