ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

ବିଦଗଧ ଏ ବିଦଗଧ-ଚିନ୍ତାମଣି ପ୍ରବନ୍ଧ ।
ବୁଧଙ୍କ ମନକୁ ବୋଧକ, ଅଜ୍ଞ ଏଥିକ ଅନ୍ଧ । ୫୩ ।
ଗୋବିନ୍ଦ-ଚାରୁ-ଅରବିନ୍ଦ-ପଦ-ରସେ ମିଳିନ୍ଦ ।
ହେଳେ ତ ଜାଣିମ ହେଲେ ତ ଏଥି ସୁଗନ୍ଧସ୍ୱାଦ । ୫୪ ।
ଭାଷଇ କେବଳ ଭାସଇ ଭବଜଳେ ମୁହିଁ ତ ।
ସାମନ୍ତସିଂହାର ସାମନ୍ତ ଶ୍ୟାମ ବିନୁ ନାହିଁ ତ । ୫୫ ।




ଚନ୍ଦ୍ରାବଳୀ ଭାବ-ଭାବନା:—ଦୂତୀପ୍ରେଷଣ ।


ରାଗ । କାଳୀ । ଆଦ୍ୟଯମକ । ପଞ୍ଚାକ୍ଷରୀ ।

ଶ୍ରବଣେ ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ ।
ଭାବି ନିରତ ଭାବିନୀ ରତ ହୋଇ ପରମାନନ୍ଦ । ୧ ।
ଭାସନ୍ତି ରସେ ଭାଷନ୍ତି ରସେ ମିତ ଆଗରେ ବସି ।
ଗୁଣୀତିଳକ ଗୁଣି, ତିଳକ ଯୁଗ ହୋଇଲା ଆସି । ୨ ।
ଦର ସନକ ଦରଶନ କଲେତ ପାଇବେ ମୋରେ ।
ତାର ମୂରତି ତାର ମୁଁ ରତି ଲକ୍ଷିବି କି ଗୁଣରେ । ୩ ।
ମୋହ ନାଶର ମୋହନା ଶର ଜନମିଅଛି ସେହି ।
ପର ସଂସାରେ ପରଶଂସାରେ କହିବି କେତେ ମୁହିଁ । ୪ ।
ଚନ୍ଦ୍ରାବଳୀ କି ଚନ୍ଦ୍ରାବଳୀ କି ହାରି ଶରଣ ନଖେ ।
ଦରପଣତ ଦର ପଣତ ପାଇବ ଯୋଖୁଁ ମୁଖେ । ୫ ।
କି ସୁ-ମନରେ କି ସୁମନରେ ମନାଇଥିଲି ହର ।
ତାର ଆଲୋକ ତାର ଆଲୋକ ହେଲା ସେ ପୁଣ୍ୟେ ମୋର । ୬ ।
ସୁରମଣୀକି ସୁରମଣିକି ଚିତ୍ର କି ମୋହିବାର ।
ରତି ଭାରତୀ ରତିଭାରତୀ କି, ସେ ତ ଅଳଙ୍କାର । ୭ ।


୫୩—୨ ଏଥି କି ମନ୍ଦ-କ, ଖ; ୫୪—୨ ହେଲେ ତ ଜାଣିମ ହେଳେତ—ଟ; ୩—୨ ଇଚ୍ଛିବି-ଘ;