ତୁମ୍ଭେ ଯେ ବୋଇଲ ମୁହିଂ ନିଧନ ପୁରୁଷ ।
ପୀରତିଧନ ଯେ ଥାଉଂ କରିବାଟି କିସ ? ୩୯।
ମହତ ବଚନ ଚାଟ ପାଷାଣର ଗାର ।
ନିଧନ ତୁ ଅଟୁ ମୋତେ ଅମୂଲ୍ୟ ଭଣ୍ତାର ।୪୦।
ୟେ ଛାର ଜୀବନ ମୋର ଥିବ କେତେ ଦିନ ।
ତୁ ମୋର ଜୀବନ ମୁହିଂ କି କରିବି ଧନ ।୪୧।
ଗୁଂଆର ୧୮ ଯୁବତୀ ସିନା ଧନକୁ ମଞ୍ଜଇ ୧୯ ।
ସୁଜାଣ ସୁନ୍ଦେରୀ ପ୍ରୀତି ପାଇଂ ଜୀବ ଦେଇ ।୪୨।
ମୁହିଂ ଯେବେ ପୂର୍ବେ ସେବା କରିଥିବି ହର ।
ତେବେ ସିନା ଚାଟ ତୋର ଧରିବଈଂ କର ।୪୩।
ତୋତେ ମୋତେ ଧାତା ଆଣି କରିଛି ଘଟଣ ।
ମିଛ ନୋହେ ମୋତେ ମାତାପିତାଂ କର ରାଣ ।୪୪।
ଇଚ୍ଛାର ବଚନେ ଚାଟ ପରମ ସାନନ୍ଦ ।
ହୃଦଗତେ ସୁମରଇଂ ଶ୍ରୀରାମ ଗୋବିନ୍ଦ ।୪୫।
ହସି କୋଳାଗ୍ରତ କଲା ନୃପତି କୁମାରୀ ।
ଚାଟ କଣ୍ଠେ ଲମ୍ବାଇଂଲା ନେଇ ପୁସ୍ୟମାଳୀ ।୪୬।
ବେନି ଜନେ ୟେକ ଠାବେ ପାଶେ ନାହିଂ କେହି ।
ଦରିଦ୍ରରେ କୋଟି ଧନ ଅନ୍ଧ ଚକ୍ଷୁ ପାଇ ।୪୭।
ୟେସନ୍ତ ସମୟେ ଗୁରୁ ମିଳିଗଲେ ଯାଇ ।
ଦେଖିଣ ପଢି ବସିଲେ ମହା ସୁଖ ପାଇ । ୪୮।
୧୮ । ଗୁଂଆଂର=ମୂର୍ଖ, ବୁଦ୍ଧିହୀନ।
୧୯। 'ମଞ୍ଜଇ' ଏଠାରେ 'ମଞ୍ଜଇ'ଅର୍ଥରେ ବ୍ୟବହୃତ ହୋଇଅଛି ।