ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୭)

ପୁସା ତୋଳିବାକୁ ଚାଟ ନବଳଇ ମନ ।
ଅନୁସରି ଚାହୁଂଅଛି କୁମାରୀ ବଦନ ।୫୯।
ଚମ୍ପେକ ବୃକ୍ଷରେ ବାଳୀ ଉଠିଲାକ ଯାଇ
ପୁସ୍ୟ ତୋଳୁଅଛି ବାଳୀ ଆଂକୁଡ଼ୀ ଲଗାଇ ।୬୦।
ଚାଟ ଉଭା ହୋଇଅଛି ସେହି ବୃକ୍ଷ ତଳେ ।
ପଡ଼ିଲା ପୁସ୍ୟ କୁମର ତୋଳଇ ଅଞ୍ଚଳେ ।୬୧।
ଦକ୍ଷିଣ ୨୨ ପବନ ଯେ ବ‌ହଇ ଖରତର ।
ବାତଘାତେ ତନୁ ଯେ କମ୍ପଇ ଥରହର ।୬୨।
ଭୟ୨୩ ପାଇ ତରୁଡ଼ାଳ ଧରେ ଶୁଭ୍ରକେଶୀ ।
ହୃଦରୁ ଅଞ୍ଚଳ ତାର ପଡ଼ିଲାକ ଖସି ।୬୩।
ତରୁତଳେ ଥାଇଂ ଚାଟ ଦେଲାକ ଅନାଇ ।
ଦେଖିଲାକ ଯୁବତୀର ହୃଦେ ବସ୍ତ୍ର ନାହିଂ ।୬୪।
ୟେକେଣ ୨୪ ସୁନ୍ଦେରୀ ଯେ ନାହିଂ ୨୫ ପଟାନ୍ତର ।
ବେନିକୁଚ କିବା ତାର ମଦନ ଭଣ୍ତାର ।୬୫।
ଆବର ବିଶେଷେ ମଝା ୨୬ ଡମ୍ବରୁ ଆକାର ।
ତାହା ଚାହିଂ ଚାଟ ମନେ ହୋଇଲା କାତର ।୬୬।
ପଞ୍ଚୁବାଣ ତାର ଅଂଗେ ପିଡ଼ିଲା ମଦନ ।


୨୨। ଦଖିଣ (ପୋଥିପାଠ) ।୨୩। ଭୟେ ପାଈଂ (ପୋଥିପାଠ)।

୨୪। 'ୟେକେଣ' ପରିବର୍ତ୍ତେ 'ୟେକେତ' ହେବା ଅଧିକ ସଙ୍ଗତ ।

୨୫। ନାରୀ ପଟାନ୍ତର (ପୋଥିପାଠ) କିନ୍ତୁ 'ନାରୀ ପଟାନ୍ତର'ବଦଳରେ 'ନାହିଁ ପଟାନ୍ତର'ହେବା ଅଧିକ ସଙ୍ଗତ, ତେଣୁ ମୂଳପାଠର ପରିବର୍ତ୍ତନ କରାଯାଇଛି ।

୨୬। ମଝା=କଟୀ ଦେଶ । ନାରୀମାନଙ୍କ କଟୀର ନିମ୍ନ ଭାଗ ଓ ଉର୍ଦ୍ଧ୍ୱଭାଗ ଅପେକ୍ଷାକୃତ ସ୍ଥଳ ହୋଇଥିବା ବର୍ଣ୍ଣନା କବି ପରଂପରା ସମ୍ମତ ।

ଚା: ଇ: ୩