ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୮)

ଟଳିଣ ପଡ଼ିଲା ଚାଟ ହୋଇ ଅଚେତନ ୨୭ ।୬୭।
ପବନ ରହନ୍ତେ ବସ୍ତ୍ର ସମ୍ଭାଳିଲା ଇଚ୍ଛା ।
କି କରୁଛୁ ୨୮ ବୋଲି ଚାଟ ତାକୁ କଲା ପୁଚ୍ଛା ।୬୮।
ଇଚ୍ଛାର ବଚନେ ଚାଟ ଉତ୍ତର ନ‌ଦେଲା ।
ନାହିଁ ବୋଲି କରି ବୃକ୍ଷ ତଳକୁ ଚାହିଂଲା ।୬୯।
ଦେଖିଲାତ ତରୁତଳେ ଚାଟ ଅଛି ଶୋଇ ।
ତର ତର ହୋଇ ବୃକ୍ଷୁ ଅଇଲା ଓହ୍ଲାଇ ।୭୦।
ତୋଳଇ ଚାଟକୁ ବାଳୀ ମନର ଆକୁଳେ ।
ଓଝାୟେ କୋପ କରିବେ ଉଛୁର ହୋଇଲେ ।୭୧।
ନ ଉଠଇ ଚାଟ ଇଚ୍ଛା ଉଛୁ‌ଡ଼ଇ କର ୨୯
ମୃକ୍ଷା ୩୦ ଯାଇ ପଡ଼ିଅଛି ନ ଦେଇ ଉତ୍ତର । ୭୨।
କିସ ଯେ ହୋଇଲା ବୋଲି ଭାଳଇ ତରୁଣୀ ।
ବେଗ କରି ଚାଟ ମୁଖେ ଛିଞ୍ଚିଲାକ ୩୧ ପାଣି ।୭୩।
ଚେତନା ପାଇଣ ଚାଟ ଉଠିଣ ବସିଲା ।
କୁମାରୀ ମୁଖକୁ ଚାହିଂ ଅଳ‌ପ ହସିଲା । ୭୪।


୨୭। ଅଚେବନ = ଅଚେତନ । 'ଶ୍ରମେ ଏକ ଦିନ ଦିନ ନିଦେ ଅଚେବନ ବନ‌ଜାକ୍ଷୀ କି ଦୁଃଖ ଭାଜନ ଜନ'(ପ୍ରେମସୁଧାନିଧି)

୨୮। ଏ ଧାଡ଼ିଟିରେ ବାକ୍ୟ ଗଠନର ଦୋଷ ଥିବାରୁ ବିପରୀତାର୍ଥ ବୋଧ ହେବ । ଅସମ୍ଭବ ନୁହେଁ । ତେଣୁ 'କିକରୁଛୁ ବୋଲି ଚାଟକୁ ସେ କଲା ପୁଚ୍ଛା' ହେଲେ ଅର୍ଥ ସୁସ୍ପଷ୍ଟ ହେବ । କିମ୍ବା 'ଚାଟ' ପଦଟି ପରେ 'ବୋଲି' ପଦଟିକୁ ବସାଇଲେ ଅର୍ଥ ସଙ୍ଗତ ହେବ ।

୨୯। କରି (ପୋଥିପାଠ) । ୩୦। ମୃକ୍ଷା = ମୂର୍ଚ୍ଛା ।

୩୧। ଯିଲାକ (ପୋଥିପାଠ) ।