ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୧)

ଯାବତ ଜୀବନ ମୋର ଶରୀରେଣ ୩୯ ଥିବ,
ତୋହ ବିନୁ ସତ ୪୦ କି ମୋ ଆନରେ ବଳିବ ? ୯୪।
ତୁମ୍ଭେ ସେ ମୋହୋର କାନ୍ତ ମୁହିଂ ତୁମ୍ଭ ନାରୀ ।
ନିଶ୍ଚୟେଂ ୟେକଥା ଚାଟ ମନେ ଥିବ ଧରି ।୯୫।
ଯେ ଯିସ ୪୧ ବୋଲିବ ବୋଲୁ ମୁହିଂ ତୁମ୍ଭ ନାହା ।
ମନେ ଯାହା ଲୋଡ଼ୁଥିଲି ପାଇଲି ମୁଂ ତାହା । ୯୬।
ତୋତେ ମୋତେ ଧାତା ଆଣି କରାଇଛି ଭେଟ ।
ଆଜଠାରୁ ଅନୁଗ୍ରହ ୪୨ କରିଥିବୁ ଚାଟ ।୯୭।
ୟେତେ ବୋଲି କରିଣ ସେ କୁସୁମ ତୋଳିଲେ ।
ଓଝାୟେ କୋପ କରିବେ ଉଛର ହୋଇଲେ ।୯୮।
ଇଚ୍ଛାବତୀ ଚାଟ ଦୁହେଂ ଚଳିଗଲେ ଖରେ ।
ପ୍ରବେଶ ହୋଇଲେ ଯାଈଂ ଚାଟଶାଳୀ ଘରେ ।୯୯।
କୁସୁମ ଥୋଇଂଣ ଉଭା କୁମର କୁମାରୀ ।
ଚାଟ ମୁଖ ଚାହିଁଁ ଓଝା ବଚନ ପଚାରି ।୧୦୦।
ପୁସ୍ୟ ତୋଳି ଯାଇ ତୁମ୍ଭେ କଲ ଯେ ଉଛୁର,
ଓଝାଂକ ଛାମୁରେ ଇଚ୍ଛା ଯୋଡି ବେନିକର ।୧୦୧।
ତୋଟା ଯାକ କୁସୁମ ତୋଳିଲୁ ଆମ୍ଭେ ଖୋଜି,
ଓଝାୟେ ଜାଣିଲେ ସେ କୁମାରୀ ମନ ହେଜି ।୧୦୨।
ଅନୁସରି ଚାହୁଁଛନ୍ତି କୁମାରୀ ବଦନ ।
ସଂପୂର୍ଣ୍ଣ ୪୩ ଚନ୍ଦ୍ରମା ମୁଖ ଦିଶୁଛି ମଳିନ । ୧୦୩।


୩୯। ଶ୍ୱରୀରେଣ (ପୋଥିପାଠ) । ୪୦। ସତ‌ବଳିବା = ଇଚ୍ଛା ହେବା

୪୧। ଯିସ - 'ଯାହା' ଅର୍ଥରେ ବ୍ୟବ‌ହୃତ ।

୪୨। ଅନ‌ଗୃହ (ପୋଥିପାଠ) ।

୪୩। ସପୁର୍ଣ୍ଣ (ପୋଥିପାଠ)