ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୨)

ଜାଣିଲେ ଇଚ୍ଛାକୁ ଚାଟ କଲା ବିଡ଼ମ୍ବଣା ୪୪
ୟେତେ କାଳ ଧାତା ଆଣି କଲା କି କଷଣା ୪୫ ।୧୦୪।
ଚାଟର ବଦନ ଯେ ଦିଶୁଛି ସେହିମତି ।
ୟେକାନ୍ତେ ଚାଟକୁ ଗୁରୁ ହକାରିଲେ କତି ।୧୦୫।
ଦେଶାନ୍ତରୀ ହୋଇ ତୋର ଭୟେ ଭୀତି ନାହିଂ ।
ୟେଡ଼େକ ବିସ୍ମୟେ କଥା କଲୁ କାହିଂପାଇଂ ।୧୦୬।
ମହାପ୍ରତାପୀ ସେ ଅଟେ ଭୋଜ ନୃପବର ।
ତାହାର କୁମାରୀ ସଙ୍ଗେ ତୋର ପରିଚାର ।୧୦୭।
ୟେତେକ ବୋଲିଣ ସେ ଚଉଠୀ ପୂଜା କଲେ ।
ନଇବେଦ୍ୟ ସାରିଣ ସେ ନିଜପୁରେ ଗଲେ ।୧୦୮।
ଇଚ୍ଛାହି ଥୋକାୟେ ଦୂର ୪୬ ଅଇଲେ ଗୋଡ଼ାଇ ।
ପ୍ରବୋଧିଣ ଗୁରୁ ତାଂକୁ ଦେଲେ ବାହୁଡ଼ାଇ ୪୭ ।୧୦୯।
ନିଜ ମନ୍ଦିରରେ ଯାଇଂ ପ୍ରବେଶ ହୋଇଲେ ।
ଚାଟକୁ ସଂଗଣେ ଘେନି ଭୁଞ୍ଜିଣ ବସିଲେ ।୧୧୦।
ଆଞ୍ଚୋବନ ୪୮ ସାରି ସେ ପ‌ହୁଡ଼ିଲେ ୪୯ ନିଶି ।
ୟେମନ୍ତେଣ ରାତ୍ର ପାହି ଦିବସ ପ୍ରକାଶି । ୧୧୧।


୪୪। ବିଡ଼ମ୍ବଣା = ବଞ୍ଚନା, କିନ୍ତୁ ବିଡମ୍ବନା ଶୁଦ୍ଧପାଠ । ୪୫। ପୂର୍ବ ପାଦରେ ଥିବା 'ବିଡ଼ମ୍ବଣା' ଓ ପରପଦରେ ଥିବା 'କଷଣା' ପରିବର୍ତ୍ତେ 'କଷଣ' କଲେ ଅର୍ଥବୋଧରେ କୌଣସି ବ୍ୟାଘାତ ଘଟୁନାହିଁ ।

୪୬। ଧୁର (ପୋଥିପାଠ) । ୪୭- ବାହ୍ୱଡାଈଂ (ପୋଥିପାଠ) । ୪୮। ଆଞ୍ଚୋବନ = ଆଚମନ ଶବ୍ଦର ଅପଭ୍ରଂଶ ।

୪୯। ପ‌ହ୍ୱଡିଲେ (ପୋଥିପାଠ) ।