ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୩)

ଅନୁସରି ଇଚ୍ଛାବତୀ ବସିଅଛି ଆସି ।
ୟେମନ୍ତ ସମୟେ ଗୁରୁ ମିଳିଗଲେ ଆସି ।୧୧୨।
ୟେକା ହୋଇଂ ଗୁରୁ ଯହୁଁ ହୋଇଲେ ପ୍ରବେଶ ।
ଚାଟକୁ ନ ଦେଖି ଇଚ୍ଛା ଉଡ଼ିଲା ସାହସ ।୧୧୩।
ତୁମ୍ଭେତ ଅଇଲ ଗୁରୁ ଚାଟତ ନଇଲା ।
ଓଝାୟେ ବୋଇଲେ ଚାଟ ଗୃହରେ ରହିଲା ।୧୧୪।
ୟେହା ଶୁଣି ଇଚ୍ଛାବତୀ ବିକଳ ଶରୀର ୫୦
ଫେଡ଼ି କ‌ହିଲା ମନେ ରହିଲା ଅନ୍ତର ୫୧ (?) ।୧୧୫।
ଆମ୍ଭେ ନ‌କ‌ହିଲୁଂ ଗୁରୁ ଜାଣିଲେ କେମନ୍ତେ ?
ଚାଟ‌ହିଂ ନଈଲା ଅବା ତ‌ହିଂର ନିମନ୍ତେ ।୧୧୬।
ୟେମନ୍ତ ସମୟେ ମୁଦୁସୁଲୀ ପରବେଶ ।
ମୋଣୋହିଂ ସାରିବ ମାୟେ ବ‌ହନ ଗୋ ଆସ ।୧୧୭।
ୟେମନ୍ତ ଶୁଣିଣ ଇଚ୍ଛା ଅନ୍ତପୁର ଗଲା ।
ଦୀନ ବନମାଳୀ ୟେହା ଗୀତରେ ଗାଈଲା ।୧୧୮।


୫୦ । ସ୍ୱରୀର (ପୋଥିପାଠ) ।

୫୧ । ଏ ପାଦଟିର ଅର୍ଥ ଆଦୌ ସୁସ୍ପଷ୍ଟ ନୁହେଁ । ଏଠାରେ "ଫେଡ଼ି ନ‌କ‌ହିଲା ମନେ ରହିଲା ଅନ୍ତର" ହେଲେ କୌଣସି ପ୍ରକାରେ ଅର୍ଥ ସଙ୍ଗତି ହୋଇପାରେ । ବୋଧହୁଏ 'ଇଚ୍ଛାବତୀ କିଛି ନ କ‌ହି ମୌନ ହେଲା" ଏହି ଅର୍ଥରେ ଉକ୍ତ ପାଦଟି ପ୍ରୟୋଗ କରିଛନ୍ତି ।