ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୪୮)

ଯେଉଁ ମଦନ ବ୍ରହ୍ମ ନୃପରାୟେ,
ଗୁରୁବ୍ରହ୍ମ ବୋଲି ତାର ତନୟେ । ୧୨୧ ।
ପିତାଠାରୁ ମନସ୍ତାପେ ୬୯ ଅଇଲା,
ଯହୁଂ ମନକୁ ନରୀ ନ ଘଟିଲା । ୧୨୨ ।
ରଥ ଗଜ ନବର ତା ୭୦ ବହୁତ,
ମହାପ୍ରତାପୀ ସେହୁ ନରନାଥ । ୧୨୩ ।
ତାକୁ ଯେବେ ମାରିବୁ ନରପତି,
ଆଉ ପାଇବୁଟିକି ନରପତି । ୧୨୪ ।
ରାଜା ୟେସନ ବଚନ ଶୁଣିଲେ ୭୧,
ବେଗେ ଦୋସାଧୁ ହକାରି ଆଣିଲେ ୭୨ । ୧୨୫ ।
ଆରେ ଚୋରକୁ ବେଗେ ଘେନିଆସ
ସେତ ୭୩ ବଡ଼ ଲୋକର ଅଟେ ଶିଷ । ୧୨୬ ।
ଯହୁଂ ୟେସନ ଦୋସାଧୁ ଶୁଣିଲା,
ଚାରୁବ୍ରହ୍ମକୁ ବେଗେ ଘେନିଗଲା । ୧୨୭ |
ରଘୁନାଥ ଆରତ ଫିଟାଇଲେ,
ଜେମା ଅନ୍ତଃପୁରକୁ ଚଳିଗଲେ । ୧୨୮ ।
ବେଗେ ଦୋସାଧୁ କୁମରକୁ ନେଲା,
ରାଜା ଛାମୁରେ ନେଇଂ ବସାଇଲା । ୧୨୯ ।


୬୯ । ମକତାପେ (ପୋଥିପାଠ) ।

୭୦ । ରଥ ଗଜ ନ‌ବର ସେ ବ‌ହୁତ (ପୋଥିପାଠ) । ୭୧ । ଶୁଣିଲା (ପୋଥିପାଠ) । ୭୨ । ଆଣିଲା (ପୋଥିପାଠ) । ୭୩ । ସେହୁ (ପୋଥିପାଠ) ।